www.samajalive.in
Monday, December 8, 2025
17.1 C
Bhubaneswar

ହାତୀପଲଙ୍କ ଉତ୍ପାତ, ବ୍ୟାପକ କଳେଇ ନଷ୍ଟ

ଟାଙ୍ଗି (ଖୋଦ୍ଧା)/ ନିରାକାରପୁର : ଲଘୁଚାପ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ନିଜର କଷ୍ଟ ଉପାର୍ଜିତ ଧାନକୁ ପାଣିରୁ ଛାଣି ନିଜ ଘରପଛ ପାଖ ରେ କଳେଇ ରଖାଯାଇଥିଲେ ହେଁ ୨୧ ଘରିଆ ହାତୀପଲଙ୍କ ଉତ୍ପାତ ଯୋଗୁଁ ନଷ୍ଟ ହୋଇଯାଇଛି। ଫଳରେ ହାତୀପଲ ଚିନ୍ତାଗ୍ରସ୍ତ ହୋଇଛନ୍ତି। ବର୍ଷା ଛାଡିଥିଲେ ବତୁରା ଧାନକୁ ଶୁଖାଇ ସେଥିରୁ ଚାଷୀ ଧାନ ଅମଳ କରିଥାନ୍ତେ । କିନ୍ତୁ ମଙ୍ଗଳବାର ମଧ୍ୟ ରାତିରେ ଏହି ହାତୀପଲ ଆସି କଳାଇ ଗଦାରୁ ଧାନ ଖାଇ ଫିଙ୍ଗାଫୋପଡ଼ା କରିଦେଇଛନ୍ତି। ଏଭଳି ହୃଦୟ ବିଦରକ ଘଟଣା ଦେଖିବାକୁ ମିଳିଛି ରମ୍ଭାବିଲ ଗ୍ରାମରେ ।

ଏହି ଗ୍ରାମର ଦୁଃଖୀ ଶ୍ୟାମ ସାମନ୍ତରାୟ, ତ୍ରିନାଥ ସାମନ୍ତରାୟ, ଅନାଥ ସାମନ୍ତରାୟ ସୋମନାଥ ସାମନ୍ତରାୟ, ଆର୍ତ୍ତ ସାମନ୍ତରାୟ ଶିବାଜୀ ସାମନ୍ତରାୟ, ଦେବରାଜ ମହାକୁଡ଼, ଅଖେଳ ମହାକୁଡ଼ ପ୍ରମୁଖ ଏକତ୍ରିତ ହୋଇ କଳେଇ ଗଦା କରିଥିଲେ। ଏହାକୁ ହାତୀପଲ ଖାଇବା ସହିତ ଦଳିଚକଟି ନଷ୍ଟ କରିଦେଇଛନ୍ତି। ହାତୀପଲ ଯେତିକି ଖାଇଛନ୍ତି, ତାଠାରୁ ଅଧିକ ନଷ୍ଟ କରିଛନ୍ତି। ଏଭଳି ଅବସ୍ଥାରେ ବର୍ଷକର ଆହାର ନଷ୍ଟ ହୋଇଯିବାରୁ ଚାଷୀମାନେ କୋହ ସମ୍ବରଣ କରିପାରୁ ନଥିବା ଦେଖିବାକୁ ମିଳୁଛି।

- Advertisement -

କିପରି ବର୍ଷଯାକ ଚଳିବେ, ସେମାନେ କ’ଣ ଖାଥଇଇବେ ରଣ କିପରି ସୁଝିବେ ସେନେଇ ଚିନ୍ତାରେ ପଡ଼ିଯାଇଛନ୍ତି। ଅନୁରୂପ ଭାବେ ରମ୍ଭାବିଲ ଗ୍ରାମର ଅତ୍କଳ ପାଇକରାୟ ଓ ସନାତନ ମହାପାତ୍ର ପ୍ରମୁଖଙ୍କ ଫସଲ କିଆରିକୁ ଦଳିଚକଟି ନଷ୍ଟ କରି ଦେଇଛନ୍ତି। ଅତ୍କଳ ପ୍ରାୟ ୪ ଏକର ଜାଗାରେ ଦାନ୍ତିଆ ଶଙ୍ଖ ନିକଟରେ କାକୁଡି, ଟମାଟ, କୋବି, କଲରା, ବାଇଗଣ ଆଦି ଫସଲ କରିଥିବା ବେଳେ ସନାତନ କାକୁଡି, ଟମାଟ କୋବି ଆଦି ପନିପରିବା ୨ଏକର ଜାଗାରେ କରି ନିଜର ପରିବାର ପ୍ରତିପୋଷଣ କରିଆସୁ ଥିଲେ। ହାତୀପଲ ଫସଲ କିଆରି ଚକଟି କରିଥିବା ବେଳେ ଅଖେଳ ଓ ସନାତନ ପ୍ରମୁଖ ଦୁଃଖରେ ଭାଙ୍ଗିପଡ଼ିଛନ୍ତି। ବହୁ କଷ୍ଟରେ ମହାଜନଠାରୁ ସୁଧକୁ ଟଙ୍କା ଆଣି ଫସଲ କରିଥିଲେ। ଅମଳ ବେଳକୁ ହାତୀପଲ ନଷ୍ଟ କରିବା ଦ୍ବାରା ମହାଜନ ଟଙ୍କା କିପରି ସୁଝିବେ ସେଥ‌ିନେଇ ଚିନ୍ତାରେ ପଡ଼ିଯାଇଛନ୍ତି।

ସୂଚନାଯୋଗ୍ୟ, ହାତୀ ଫସଲ ନଷ୍ଟ କରିବା ଏହି ଅଞ୍ଚଳ ପାଇଁ ନୂଆକଥା ନୁହେଁ । ଟାଙ୍ଗୀ ବନାଞ୍ଚଳରେ ପ୍ରାୟ ୪୨ଟି ହାତୀ ରହିବା ସହିତ ଚାଷୀଙ୍କ ବହୁ ଫସଲ ଧାନ ନଷ୍ଟ କରୁଛନ୍ତି। ବନ ବିଭାଗ କର୍ମଚାରୀ ହାତୀପଲକୁ ଘଉଡାଇବା ପାଇଁ ଚେଷ୍ଟା କରୁଥିଲେ ହେଁ ସଫଳ ହୋଇପାରୁନାହାନ୍ତି। ଏ ସମ୍ପର୍କରେ ଟାଙ୍ଗୀ ବନଖଣ୍ଡ ଅଧିକାରୀ ଦେବାଶିଷ ଭୋଇଙ୍କ ସହ ଯୋଗାଯୋଗ କରିବା ପରେ ସେ ହାତୀପଲଙ୍କୁ ଘଉଡାଇବାପାଇଁ କର୍ମଚାରୀ ମାନେ ସଜାଗ ଅଛନ୍ତି ବୋଲି କହିଛନ୍ତି। କ୍ଷତିଗ୍ରସ୍ତ ଚାଷୀଙ୍କୁ ବିଭାଗ ତରଫରୁ ତଦନ୍ତ କରାଯାଇ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories