www.samajalive.in
Monday, December 8, 2025
20.1 C
Bhubaneswar

ଜରୁରୀ ଅବତରଣ ବେଳେ ଖସିପଡ଼ିଲା ବିମାନ, ୪୨ ମୃତ

ସମାଜ ଡିଜିଟାଲ ଡେସ୍କ: କାଜାଖସ୍ତାନରେ ଅକତାଉ ସହରରେ ବୁଧବାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୪୨ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ପାଇଲଟ ଜରୁରୀ ଅବତରଣ କରିବାକୁ ଉଦ୍ୟମ କରିଥିଲେ। ହେଲେ ଅବତରଣ ପୂର୍ବରୁ ବିମାନଟି ରନଓ୍ବେରେ ଖସିପଡ଼ିଥିଲା। ଏହା ପରେ ସେଥିରେ ନିଆଁ ଲାଗିଯାଇଥିଲା।

- Advertisement -

ବିମାନରେ ୬୨ ଯାତ୍ରୀ ଏବଂ ୫ କର୍ମଚାରୀଙ୍କୁ ମିଶାଇ ମୋଟ ୬୭ ଜଣ ଥିଲେ। ଆଜରବାଇଜାନ ଏୟାରଲାଇନ୍ସର ଏହି ବିମାନଟି ବକୁରୁ ରୁଷର ଗ୍ରୋଜନୀ ସହରକୁ ଉଡ଼ାଣ କରୁଥିଲା। ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ପାଇଲଟ କାଜାଖସ୍ତାନର ଅକତାଉ ସହରରେ ଜରୁରୀ ଅବତରଣ ପାଇଁ ଅନୁମତି ମାଗିଥିଲେ। ଅନୁମତି ପରେ ପରେ ପାଇଲଟ ବିମାନକୁ ଅବତରଣ କରାଇବାକୁ ଉଦ୍ୟମ କରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ୬୭ ଜଣଙ୍କ ମଧ୍ୟରୁ ୪୨ ଜଣ ପ୍ରାଣ ହରାଇଥିବାବେଳେ ୨୫ ଜଣ ବର୍ତ୍ତି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ୧୪ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories