www.samajalive.in
Monday, December 8, 2025
27.1 C
Bhubaneswar

୨୬ ଡିସେମ୍ବର ଚଳିତ ବର୍ଷର ଶେଷ ଏକାଦଶୀରେ ଦୁର୍ଲ୍ଲଭ ଯୋଗ, ଏହି ରାଶିଙ୍କୁ ମାଲାମାଲ୍‌ କରିବେ ମା’ଲକ୍ଷ୍ମୀ, ବର୍ଷିବ ଧନ..

ଚଳିତ ବର୍ଷର ଶେଷ ଏକାଦଶୀ ସଫଳା ଏକାଦଶୀ । ପଞ୍ଚାଙ୍ଗ ଅନୁସାରେ ଏହି ବର୍ଷର ସଫଳା ଏକାଦଶୀ ୨୬ ଡିସେମ୍ବରରେ ପାଳନ କରାଯିବ । ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଏହି ଏକାଦଶୀ ପୌଷ କୃଷ୍ଣ ପକ୍ଷର ୧୧ ତମ ତିଥିରେ ପାଳନ ହେବ । ଫଳରେ ଏହି ଏକାଦଶୀ ଖୁବ୍‌ ଖାସ୍‌ । ଏହି ଏକାଦଶୀରେ କିଛି ବିଶେଷ ସଂଯୋଗ ସହ ଦୁର୍ଲ୍ଲଭ ଯୋଗ ହେବାକୁ ଯାଉଛି । ଫଳରେ ଏହି ଏକାଦଶୀ ମହତ୍ତ୍ୱ ଦ୍ୱିଗୁଣିତ ହୋଇଯିବ । ଏହାର ପ୍ରଭାବରେ ୪ ରାଶି ବ୍ୟକ୍ତି ବିଶେଷଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ । ଭାଗ୍ୟ ସୁନା ଭଳି ଚମକିବା ସହ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ । ଭଗବାନ ବିଷ୍ଣୁଙ୍କ କୃପା ଅଧିକ ପାଇବା ପାଇଁ ପ୍ରଭୁଙ୍କ ନିକଟରେ ଏହି ଭୋଗ ମଧ୍ୟ ଅର୍ପଣ କରନ୍ତୁ..

ମେଷ – ଏହି ରାଶି ବ୍ୟକ୍ତିଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ । ଶୁଭ ଖବର ମିଳିବ । ଚାକିରି ଓ ବ୍ୟବସାୟରେ ସଫଳତା ମିଳିବ । ଭୂମି କିଣିବାର ଯୋଗ ରହିଛି । ପରିବାର ସଦସ୍ୟଙ୍କ ସହଯୋଗ ମିଳିବ । ହଠାତ୍‌ ଧନ ପ୍ରାପ୍ତି ହେବ । ଜୀବନସାଥୀଙ୍କ ସହ ହସଖୁସିରେ ସମୟ ଅତିବାହିତ କରିବେ । ମା’ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କ କୃପା ପ୍ରାପ୍ତି ହେବ ।

- Advertisement -

ସିଂହ – ପରିବାର ସଦସ୍ୟଙ୍କ ସମ୍ପୂର୍ଣ୍ଣ ସାଥ୍‌ ମିଳିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ଛାତ୍ରଛାତ୍ରୀ ଲାଭବାନ୍‌ ହେବେ । ଶୁଭ ଖବର ମିଳିବ । ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କୁ ହଠାତ୍‌ ଧନ ଲାଭ ହେବ ।

ଆଉ ମାତ୍ର ୫ ଦିନ.. ଶୁକ୍ରଙ୍କ ଚଳନ : ଏହି ରାଶିଙ୍କୁ କରିବେ ଭାଗ୍ୟଶାଳୀ, ମିଳିବ ହଠାତ୍‌ ଧନ, ସନ୍ତାନ ସୁଖ, ହେବ ବିବାହ..

ଧନୁ – ମା’ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ମିଳିବ । ଧନ ଲାଭର ଅତ୍ୟନ୍ତ ଶୁଭ ଯୋଗ ରହିଛି । ବ୍ୟବସାୟରେ ଖୁବ୍‌ ଉନ୍ନତି ହେବ । ବୈବାହିକ ଜୀବନ ସୁଖମୟ ହେବ ।

ମୀନ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ଭଲ ଦିନ ଆରମ୍ଭ ହେବ । ପରିବାର ସଦସ୍ୟଙ୍କ ସହଯୋଗ ମିଳିବ । ବ୍ୟବସାୟୀ ଲାଭବାନ୍‌ ହେବେ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ଚାକିରିରେ ଶୁଭ ଖବର ମିଳିବ । ଛାତ୍ରଛାତ୍ରୀ ଲାଭବାନ୍‌ ହେବେ ।

ଅର୍ପଣ କରନ୍ତୁ ଏହି ଭୋଗ..
କଦଳୀ, ହଳଦିଆ ରଙ୍ଗର ମିଠା, ପଞ୍ଚାମୃତ, କେସର ମିଶ୍ରିତ ହାଲୱା

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories