www.samajalive.in
Monday, December 8, 2025
27.1 C
Bhubaneswar

ପରୀକ୍ଷା ବନ୍ଦ କରିବାକୁ ସ୍କୁଲକୁ ବୋମା ଧମକ ଦେଉଥିଲେ ଛାତ୍ର

ସମାଜ ଡିଜିଟାଲ ଡେସ୍କ: କିଛି ଦିନ ତଳେ ରାଜଧାନୀ ନୂଆଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ ମିଳିଥିଲା। ବୋମା ବିସ୍ଫୋରଣ ଦ୍ଵାରା ସ୍କୁଲ ଉଡ଼ାଇ ଦେବାକୁ ସ୍କୁଲଗୁଡ଼ିକୁ ଧମକ ଦିଆଯିବା ପରେ ପୁଲିସ ଏବଂ ସାଇବର ଟିମ ପକ୍ଷରୁ ଯାଞ୍ଚ କଡ଼ାକଡ଼ି କରାଯାଇଥିଲା। ଏହି ଯାଞ୍ଚରୁ ଏବେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ପ୍ରାୟ ୪୦ରୁ ଅଧିକ ସ୍କୁଲକୁ ଦିଆଯାଇଥିବା ବୋମା ଧମକ ମଧ୍ୟରୁ ୩ଟି ସ୍କୁଲକୁ ସେହି ବିଦ୍ୟାଳୟର କିଛି ଛାତ୍ର ଧମକ ଦେଇଥିଲେ। କାରଣ ଥିଲା ପରୀକ୍ଷା। ପରୀକ୍ଷା ବନ୍ଦ କରିବା ଉଦ୍ଦେଶ୍ୟରେ ନିଜ ସ୍କୁଲକୁ କିଛି ଛାତ୍ର ଯୋଜନାବଦ୍ଧ ଭାବେ ବୋମା ଧମକ ଦେଇଥିଲେ ବୋଲି ଏବେ ତଦନ୍ତରୁ ଜଣାପଡ଼ିଛି।

ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍‌ ପକ୍ଷରୁ ଗଣମାଧ୍ୟମକୁ କୁହାଯାଇଛି ଯେ, ଏହି ଘଟଣାରେ ୨ଜଣ ଛାତ୍ରଙ୍କ ଉପରେ ସନ୍ଦେହ ହେବାରୁ ସେମାନଙ୍କୁ ପଚରାଉଚରା କରାଯାଇଥିଲା। ପୂର୍ବରୁ ଅନେକ ସ୍କୁଲକୁ ବୋମା ଧମକ ମିଳୁଥିବାରୁ କେହି ଜାଣିପାରିବେ ବୋଲି ଭାବି ଏହି ୨ ଛାତ୍ର ନିଜ ସ୍କୁଲ ସମେତ ଆଉ ୨ଟି ସ୍କୁଲକୁ ବୋମା ଧମକ ଦେଇଥିଲେ। ସେମାନେ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇ ନ ଥିବାରୁ ଏପରି ଧମକ ଦେଲେ ପରୀକ୍ଷା ବନ୍ଦ ହୋଇଯିବ ବୋଲି ସେମାନଙ୍କ ଧାରଣା ରହିଥିଲା। ତଦନ୍ତରୁ ଏହା ଜଣାପଡ଼ିବା ପରେ ସେମାନଙ୍କ ଅଭିଭାବକଙ୍କୁ ଏ ବିଷୟରେ ଅବଗତ କରାଯିବା ସହିତ ଚେତାବନୀ ଦେଇ ଛାଡ଼ି ଦିଆଯାଇଛି। ଏହି ସ୍କୁଲ ସବୁ ରୋହିଣୀନଗର ଏବଂ ପଶ୍ଚିମ ବିହାର ଅଞ୍ଚଳରେ ରହିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories