www.samajalive.in
Thursday, December 11, 2025
23.1 C
Bhubaneswar

ଲଇଡାରେ ଆନ୍ତଃ ମହାବିଦ୍ୟାଳୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ 

ରେଙ୍ଗାଲି : ସମ୍ବଲପୁର ଜିଲାର ଲଇଡା ସ୍ଥିତ ଦୁତିକା ସାହୁ ମହାବିଦ୍ୟାଳୟର ଖେଳ ପଡିଆରେ ଆଜିଠାରୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧିନସ୍ଥ ବିଭିନ୍ନ କଲେଜର ଆନ୍ତଃ ମହାବିଦ୍ୟାଳୟ ଗ୍ରୁପ୍ “ବି” ର  କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ଏହି ଅବସରରେ ମହାବିଦ୍ୟାଳୟ ଅଧକ୍ଷ ଡ଼କ୍ଟର ବସନ୍ତ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଉଦ୍ଘାଟନୀ କାର୍ଯ୍ୟକ୍ରମରେ  ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟ ଉଦଘାଟନ କରି  ଖେଳାଳିମାନଙ୍କୁ ଉଦବୋଧନ ଦେଇଥିଲେ।  ପୂର୍ବତନ ବିଧାୟକ ରମେଶ ପଟୁଆ, ରେଙ୍ଗାଲି ବ୍ଲକ ସମ୍ବlଦିକ ୟୁନିୟନର ସଭାପତି ବରିଷ୍ଠ ସାମ୍ବାଦିକ ହରିହର ନାଥ, ରେଙ୍ଗଲୋଇ  ଗ୍ରାମପଞ୍ଚାୟତର ସମିତି ସଭ୍ୟ ଅଶ୍ୱିନୀ ପଟେଲ ସମ୍ମାନିତ ଅତିଥି ଭାବେ  ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ସମ୍ବଲପୁର ବିଶ୍ୱବିଦ୍ୟାଳୟ  ସ୍ପୋର୍ଟ୍ସ କାଉନସିଲ  ଆନୁକୂଲ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଛି ।

୬ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟରେ  ୧୨ ଟି ମହାବିଦ୍ୟାଳୟ ଅଂଶଗ୍ରହଣ କରିଛନ୍ତି । ଆଜି ଉଦଘାଟନୀ ମ୍ୟାଚ୍  ସୁରଜମଲ ମହାବିଦ୍ୟାଳୟ ରମ୍ପେଲା ରେଙ୍ଗାଲିଲଏବଂ   ପରମାଣପୁର ର ଡ଼କ୍ଟର ଝସକେତନ ସାହୁ ମହାବିଦ୍ୟାଳୟ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ  ସୁରଜମଲ ମହାବିଦ୍ୟାଳୟ  ରମ୍ପେଲା  ବିଜୟୀ ହୋଇଥିଲା । ଦୀପକ ପଟେଲ ଏବଂ ଭାରତ  କରାଳି ଅମ୍ପାୟାର ଓ କୁନା ନାଏକ  ସ୍କୋରାର ଦାୟିତ୍ୱ ତୁଲାଇଥିଲେ । ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ ଅଧ୍ୟାପକ କୈଳାସ ବେହେରା ।  ସଂଗଠକ ସମ୍ପାଦକ ଅଧ୍ୟାପକ କରୁଣା କର  ନାଏକଙ୍କ  ତତ୍ତ୍ୱାବଧାନରେ  ଆନ୍ତଃ ମହାବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଛି।  ଅଧ୍ୟାପକ  ଅଲେଖ ଦ୍ବିବେଦୀ, ଅଧ୍ୟାପକ ପ୍ରଶାନ୍ତ ପଟେଲ, ଅଧ୍ୟାପକ ପ୍ରଫୁଲ୍ଲ ଭୋଇ,ଅଧ୍ୟାପକ ଶ୍ରୀକାନ୍ତ ପଟେଲ,ଜିତେନ୍ଦ୍ର  ପ୍ରସାଦ ସିଂହ, ଅଧ୍ୟାପକ  ବିଶ୍ଵନାଥ ପଟେଲ,  ଅଧ୍ୟାପିକା ମଧୁମିତା ମିଶ୍ର, ଡ଼କ୍ଟର ଏନ ଏନ ପ୍ରଧାନ, ଶୁଭ୍ରା ପଣ୍ଡା, ରୀମା ପ୍ରଧାନ,  ପ୍ରୟାଞ୍ଜଳି ମାଝୀ, ପ୍ରମୁଖ  ଅଧ୍ୟାପକ ଅଧ୍ୟାପିକା, କିରାଣୀ  ସୁଜିତ ନାୟକ, କର୍ମଚାରୀ ସୁଶାନ୍ତ ଡନସନା, କୈଳାସ ବ୍ରିନେଦ, ହରେଶ ଡିଲ୍ଲା, ସ୍ବେଛାସେବୀ ଛାତ୍ରୀ  ଡଲି ବାମଡ଼ିଆ, ଯମୁନା ମରେଇ, ଲଷ୍ମୀ ମହାପାତ୍ର, ନିରୁପମା ପଧାନ, ଇସା କଲୋ, ପୂଜା ପରୁଆ, ସ୍ବେଛାସେବୀ  ଛାତ୍ର ସଚି ମହାନନ୍ଦ, ସୀତାଂଶୁ ଜେନା, ଶିବ ପ୍ରମୁଖ ଛାତ୍ର ଛାତ୍ରୀ ଟୁର୍ଣ୍ଣାମେଣ୍ଟ ଆୟୋଜନରେ ସକ୍ରିୟ ସହଯୋଗ କରୁଛନ୍ତି।

Hot this week

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

Related Articles

Popular Categories