ସମାଜ ଡିଜିଟାଲ ଡେସ୍କ: ସଂସଦରେ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ଶିଡ଼ିରୁ ପଡ଼ି ଆହତ ହେବା ଘଟଣାରେ ମୁହଁ ଖୋଲିଛନ୍ତି ସାଂସଦ ରାହୁଲ ଗାନ୍ଧୀ। ଶିଡ଼ିରୁ ରାହୁଲ ଠେଲିଦେବାରୁ ପଡ଼ିଯାଇଥିଲି ବୋଲି ପ୍ରତାପ ଅଭିଯୋଗ କରିଥିଲେ। କିନ୍ତୁ ଏହାକୁ ରାହୁଲ ଖଣ୍ଡନ କରିଛନ୍ତି। ରାହୁଲ କହିଛନ୍ତି, ସେ ଓ କଂଗ୍ରେସ ଅଧ୍ୟକ୍ଷ ଖଡଗେ ସଂସଦ ଭବନକୁ ପ୍ରବେଶ କରୁଥିଲେ। ଏହି ସମୟରେ ବିଜେପି ସାଂସଦମାନେ ସେମାନଙ୍କୁ ଅଟକାଇଥିଲେ। ସଂସଦ ଭବନରେ ପ୍ରବେଶ କରିବାକୁ ନ ଦେବା ସହିତ ବିଭିନ୍ନ ପ୍ରକାର ଧମକାଇଥିଲେ। ସେମାନଙ୍କୁ ସଂସଦ ଭିତରକୁ ଯିବାକୁ ଦେଇ ନ ଥିଲେ। ସଂସଦ ଭିତରକୁ ଯିବାକୁ ତାଙ୍କର ଅଧିକାର ରହିଛି। ସେମାନେ ଅଟକାଇବାରୁ ଠେଲାପେଲା ହୋଇଥିଲା। ଯାହାଫଳରେ ଏପରି ଘଟିଲା ବୋଲି ରାହୁଲ କହିଛନ୍ତି।
Popular Categories



