ଜିଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି

ଫୁଲବାଣୀ:ସ୍ଥାନୀୟ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହ ଠାରେ ଜିଲା ସ୍ତରୀୟ ଯୁୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ୬୦ଟି ଅଭିଯୋଗ ଶୁଣାଣି କରାଯାଇଥିବା ବେଳେ ୫୧ ଟି ବ୍ୟକ୍ତିଗତ ଏବଂ ୯ ଗୋଟି ଗୋଷ୍ଠିଗତ ଅଭିଯୋଗ ଶୁଣାଣି ସହିତ ୧୦ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ ଏବଂ ରେଡ଼୍ କ୍ରସ ପକ୍ଷରୁ ୮୦ ହଜାର ଟଙ୍କା ପ୍ରଦାନ ପାଇଁ ଜିଲାପାଳ ସୁପାରିଶ୍ କରିଥିଲେ।

ଅନୁଷ୍ଠିତ ଅଭିଯୋଗ ଶିବିରରେ ଜିଲାପାଳ ଅମ୍ରିତ୍ ଋତୁରାଜ , କନ୍ଧମାଳ ଏସ୍.ପି ହରିଶ୍ ବି.ସି ଏବଂ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମ୍ଭୁନାଥ ନନ୍ଦୀଙ୍କ ସମେତ ସମସ୍ତ ଜିଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Comments are closed.