www.samajalive.in
Monday, December 8, 2025
20.1 C
Bhubaneswar

ନୂଆ କଂସ ହେବେ ଭୁବନେଶ୍ଵର ପ୍ରଧାନ

ସମାଜ ଡିଜିଟାଲ ଡେସ୍କ: ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ନୂଆ କଂସ ଚୟନ କାର୍ଯ୍ୟକ୍ରମ ଶେଷ ହୋଇଛି। ବିଜୁ ପଟ୍ଟନାୟକ ଟାଉନ ହଲରେ ଚାଲିଥିଲା ଚୟନ ପ୍ରକ୍ରିୟାରେ ଭୁବନେଶ୍ଵର ପ୍ରଧାନଙ୍କୁ ନୂଆ କଂସ ଭାବେ ମନୋନୀତ କରିଛନ୍ତି ୩ ଜଣିଆ ବିଚାରକ କମିଟି। ରବିବାର ଅନୁଷ୍ଠିତ ଚୟନ ପ୍ରକ୍ରିୟାରେ ଭୁବନେଶ୍ଵର ପ୍ରଧାନ ଆଗାମୀ ବରଗଡ଼ ଧନୁଯାତ୍ରାର କଂସ ଭୂମିକାରେ ଅବତୀର୍ଣ୍ଣ ହେବେ। ଏହି ମନୋନୟନ ପ୍ରକ୍ରିୟାରେ ମୋଟ ୪ କଳାକାର ଅଂଶଗ୍ରହଣ କରିଥିଲେ। ଅନ୍ୟ ୩ ଜଣଙ୍କୁ ପଛରେ ପକାଇ ଭୁବନେଶ୍ଵର ନୂଆ କଂସ ଭାବେ ମନୋନୀତ ହୋଇଛନ୍ତି। ଅନ୍ୟ ୩ କଳାକାରଙ୍କ ମଧ୍ୟରେ ଥିଲେ ଆର୍ତ୍ତତ୍ରାଣ ସୁନାନୀ, ଜଗଦାନନ୍ଦ ମିଶ୍ର ଏବଂ ସୁଶୀଲ ମେହେର। ସୂଚନାଯୋଗ୍ୟ, ଆସନ୍ତା ଜାନୁୟାରୀ ୩ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ବରଗଡ଼ ଧନୁଯାତ୍ରା ଅନୁଷ୍ଠିତ ହେବ।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories