www.samajalive.in
Monday, December 8, 2025
17.1 C
Bhubaneswar

ଦୁର୍ଘଟଣା ଜନିତ ମୃତ୍ୟୁକୁ ନେଇ ଉତ୍ତେଜନା, ରାସ୍ତା ରୋକ୍ କଲେ ଗ୍ରାମବାସୀ 

ଫୁଲବାଣୀ : ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ସୁଡ୍ରୁକୁମ୍ପା ଗ୍ରାମ ପଞ୍ଚାୟତ ଅଧିନସ୍ତ ବାଡ଼ି ଗୁଡ଼ା ଗ୍ରାମର ପୂର୍ବତନ ସମିତି ସଭ୍ୟ ଭକ୍ତ ଚରଣ କହଁର ବୁଧବାର ଦିନ କୌଣସି ଏକ କାମରେ  ଫୁଲବାଣୀ ଯାଇ ନିଜ ଘରକୁ ଫେରିବା ବେଳେ ସୁଡ୍ରୁ କୁମ୍ପା ଗ୍ରାମର  ପ୍ରଶ୍ନ କୁମାର ସାହୁଙ୍କ ଘର ସମ୍ମୁଖରେ ତାଙ୍କର ବାଇକ ଦୁର୍ଘଟଣା ଘଟିବାରୁ ସେ ଗୁରୁତର ହୋଇ ତଳେ ପଡ଼ିଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବାଇକ୍ ଯୋଗେ ଚିକିତ୍ସା ପାଇଁ ପ୍ରଥମେ ଫୁଲବାଣୀ ମେଡିକାଲରେ ଭର୍ତ୍ତି କରିଥିଲେ ।ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ଉନ୍ନତମାନର ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରିଥିଲେ। ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡିକାଲ ଯାଉଥିବା ବେଳେ ରାସ୍ତାରେ ଭକ୍ତ ଚରଣ କହଁରଙ୍କ ମୃତ୍ୟୁ ଘଟିଥିଳା।
ଏ ନେଇ ଗ୍ରାମବାସୀ ଉତ୍ତେଜିତ ହୋଇ ଶୁକ୍ରବାର ଦିନ ୩ ଟା ବେଳେ ବୌଦ୍ଧ ଫୁଲବାଣୀ ସଂଯୋଗ କରୁଥିବା ୧୫୭ ନଂ ଜାତୀୟ ରାଜପଥ କୁ ଅବରୋଧ କରିଥିଲେ। ପ୍ରାୟ ୨ ଘଣ୍ଟା ଧରି ରାସ୍ତା ଅବରୋଧ ହେବା ପରେ ସଦର ଥାନା ଅଧିକାରୀ ସତିଶ ଚନ୍ଦ୍ର ନାୟକ ସମେତ ପୁଲିସ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝା ଶୁଝା କରିବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା । ଶୁଦ୍ଧିକ୍ରିୟା ପାଇଁ ଜେସିବି ମାଲିକ ୨୦ ହଜାର ଟଙ୍କା ପ୍ରଦାନ କରିଥିଲେ। ଏ ନେଇ ଥାନାରେ ୨୩୦/୨୪ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିଥିବା ସବଇନିସ୍ପେକ୍ଟର ସଞ୍ଜୟ କୁମାର ବିଷୋୟୀ ସୂଚନା ଦେଇଛନ୍ତି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories