www.samajalive.in
Monday, December 8, 2025
17.1 C
Bhubaneswar

ଦେଖନ୍ତୁ ଭିଡିଓ; କାନ୍ଧରେ ୨୦ ଫୁଟ୍‌ ଲମ୍ବ, ୧୫୦ କେଜି ଓଜନର ବିଶାଳକାୟ କୁମ୍ଭୀରକୁ ନେଉଛନ୍ତି ଯୁବକ..

ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ ଜଣେ ବ୍ୟକ୍ତି ନିଜ କାନ୍ଧ ଉପରେ ୨୦ ଫୁଟ୍‌ ଲମ୍ବ, ୧୫୦ କେଜି ଓଜନର ଏକ ବିଶାଳକାୟ ଜୀବିତ କୁମ୍ଭୀର ନେଇ ଯାଉଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି । ଭିଡିଓଟି ସଭିଁଙ୍କ ଧ୍ୟାନକୁ ଆକର୍ଷିତ ମଧ୍ୟ କରୁଛି । କୁମ୍ଭୀରକୁ କାନ୍ଧରେ ନେଇ ଯାଉଥିବା ବ୍ୟକ୍ତି ଜଣକ ଜଣେ ବନ ଅଧିକାରୀ ବୋଲି ଜଣାପଡିଛି । ଏହି କୁମ୍ଭୀରଟି ଗତ ୩ ସପ୍ତାହ ହେବ ଗ୍ରାମରେ ଆତଙ୍କ ସୃଷ୍ଟି କରିଥିବା ସହ ଅଞ୍ଚଳବାସୀ ଭୟରେ ରହିଥିଲେ । କୁମ୍ଭୀରର ବାରମ୍ବାର ଆକ୍ରମଣକୁ ରୋକିବାକୁ ସ୍ଥାନୀୟବାସିନ୍ଦା ବନ ଅଧିକାରୀଙ୍କୁ ଡାକିଥିଲେ ।

ନୂଆବର୍ଷ ୨୦୨୫ ଆରମ୍ଭରେ ଗଜଲକ୍ଷ୍ମୀ ରାଜଯୋଗ; ମା’ଲକ୍ଷ୍ମୀ କରିବେ ଏହି ରାଶିଙ୍କୁ ଭାଗ୍ୟଶାଳୀ, ହେବେ ମାଲାମାଲ୍‌..

- Advertisement -

କୁମ୍ଭୀରଟିକୁ ପ୍ରଥମ ଥର ପ୍ରାୟ ଏକ ମାସ ପୂର୍ବରୁ ହମୀରପୁର ଜିଲାର ଏକ ଗାଁ ପୋଖରୀରେ ଦେଖାଯାଇଥିଲା । କୁମ୍ଭୀରକୁ ପୋଖରୀରେ ଦେଖିବା ପରେ ଗ୍ରାମବାସୀ ସେଠାକୁ ଯିବାକୁ ମଧ୍ୟ ଭୟ କରୁଥିଲେ ।
ଖବର ପାଇ ବନ ଅଧିକାରୀ ଗ୍ରାମବାସୀଙ୍କ ସହଯୋଗରେ କୁମ୍ଭୀରକୁ ଉଦ୍ଧାର କରିବା ସହ ସେଠାରୁ ନେଇଥିଲେ । କୁମ୍ଭୀରକୁ ଉଦ୍ଧାର କରିବା ପାଇଁ କିଛି ଦିନ ପୂର୍ବରୁ ହିଁ କୁମ୍ଭୀର ଉପରେ ନଜର ରଖାଯିବା ସହ ଗତିବିଧି ଉପରେ ମଧ୍ୟ ନଜର ରଖାଯାଇଥିଲା । ଭିଡିଓ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories