www.samajalive.in
Monday, December 8, 2025
27.1 C
Bhubaneswar

ଶାବରୀମାଳା ମନ୍ଦିରକୁ ଯାଇଥିବା ମହିଳାଙ୍କୁ ପରିବାର ପ୍ରବେଶ ନିଷେଧ

ମାଲାପୁରମ୍‍: ସ୍ଥାନୀୟ ଅଞ୍ଚଳବାସୀ ଓ ଧାର୍ମିକ ଅନୁଷ୍ଠାନର ବିରୋଧ ସତ୍ତେ୍ୱ ଶାବରୀମାଳା ମନ୍ଦିରରେ ପ୍ରବେଶ କରିଥିବା କନକଦୁର୍ଗାଙ୍କୁ ପରିବାର ତରଫରୁ ବାସନ୍ଦ କରାଯାଇଛି। ଧାର୍ମିକ ସ୍ଥଳରେ ପ୍ରବେଶ କରିବା ପରେ କନକଦୁର୍ଗାଙ୍କୁ ବିଭିନ୍ନ ସମୟରେ ଧମକ ଚମକ ମିଳୁଥିଲା। ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିବା ଦର୍ଶାଇ ସେ ସରକାରୀ ସୁରକ୍ଷା ଲୋଡ଼ିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦେଶ ଆଧାରରେ ତାଙ୍କୁ ୧୦ଜଣିଆ ପୁଲିସ ଟିମ୍‍ ସୁରକ୍ଷା ଦେଇଆସୁଥିଲେ। ଗତ ୧୫ ତାରିଖରେ ଶାଶୂଙ୍କ ଆକ୍ରମଣର ଶିକାର ହେବା ପରେ ତାଙ୍କୁ କୋଝିକୋଡେ ମେଡିକାଲ୍‍ କଲେଜ ହସ୍ପିଟାଲ୍‍ରେ ଚିକିତ୍ସା କରାଯାଉଥିଲା। କନକଦୁର୍ଗା ହିନ୍ଦୁ ସମାଜ ଓ ଆୟାପ୍ପା ଭକ୍ତମଣ୍ଡଳିଙ୍କୁ କ୍ଷମା ପ୍ରାର୍ଥନା ନ କରିବା ପର୍ଯ୍ୟନ୍ତ ପରିବାର ଲୋକ ଗ୍ରହଣ କରିବେ ନାହିଁ ବୋଲି ତାଙ୍କୁ ତାଙ୍କ ଭାଇ ସୂଚନା ଦେଇଥିଲେ। ତେଣୁ ଡାକ୍ତରଖାନାରୁ କନକଦୁର୍ଗାଙ୍କୁ ସରକାରୀ ୱାନ୍‍ ଷ୍ଟେପ୍‍ ସେଣ୍ଟରକୁ ପଠାଇ ଦିଆଯାଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories