www.samajalive.in
Monday, December 8, 2025
27.1 C
Bhubaneswar

ପୂର୍ବତନ ସେନାଧିକାରୀ ୫୫ ଘଣ୍ଟା ଡିଜିଟାଲ ଆରେଷ୍ଟ, ହରାଇଲେ ୫ ଲକ୍ଷ

ଫରିଦାବାଦ୍‌: ହରିୟାଣା ଫରିଦାବାଦ୍‌ରେ ରହୁଥିବା ଜଣେ ପୂର୍ବତନ ସେନାଧିକାରୀ ୫୫ ଘଣ୍ଟା ଧରି ଡିଜିଟାଲ ଆରେଷ୍ଟର ଶିକାର ହୋଇ ୫ ଲକ୍ଷ ଟଙ୍କା ହରାଇଛନ୍ତି। ସାଇବର ଠକେଇ ହୋଇଥିବା ଜାଣିପାରି ସେନାଧିକାରୀଜଣକ ପୁଲିସରେ ଅଭିଯୋଗ କରିଛନ୍ତି।
ସେନାରୁ ଅବସର ନେବା ପରେ ଆଦିତ୍ୟ ଝା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଫରିଦାବାଦ୍‌ ଶାଖାରେ କିରାଣି ଭାବେ କାର‌୍ୟ୍ୟ କରୁଛନ୍ତି। ଗତ ୬ ତାରିଖ ପୂର୍ବାହ୍ଣରେ ତାଙ୍କ ନିକଟକୁ ଏକ ଫୋନ୍‌ ଆସିଥିଲେ। ଫୋନ୍‌ କରିଥିବା ବ୍ୟକ୍ତି ନିଜକୁ ଟେଲିକମ୍‌ ବିଭାଗ କର୍ମଚାରୀ ଭାବେ ପରିଚୟ ଦେବା ସହ ଆଦିତ୍ୟ ଝାଙ୍କ ଫୋନ୍‌ ନମ୍ବର ଦୁଇ ଘଣ୍ଟା ମଧ୍ୟରେ ଅକାମୀ ହୋଇଯିବ ବୋଲି କହିବା ସହ ତାଙ୍କ ନାମରେ ଆଉ ଏକ ନମ୍ବର ପ୍ରଦାନ କରାଯାଇଥିବା ସୂଚନା ଦେଇଥିଲେ। ସେହିପରି ତାଙ୍କ ଫୋନ୍‌ ନମ୍ବର ବେଆଇନ ଜୁଆ ଖେଳରେ ବ୍ୟବହାର ହୋଇଥିବା ଏବଂ ଅଶ୍ଲୀଳ ବାର୍ତ୍ତା ଅନ୍ୟମାନଙ୍କୁ ପ୍ରଦାନ କରଯାଇଥିବା ବ୍ୟକ୍ତିଜଣକ କହିଥିଲେ। ଏ ନେଇ ତାଙ୍କ ବିରୋଧରେ ମାମଲା ରୁଜୁ ହେବ ବୋଲି ଧମକ ମଧ୍ୟ ମିଳିଥିଲା। ସେତେବେଳେ ଆଦିତ୍ୟ ଦିଲ୍ଲୀରେ ଥିଲେ। ଏପରି ଫୋନ୍‌ କଲ୍‌ ପାଇ ସେ ଭୟଭୀତ ହୋଇଯାଇଥିଲେ। ଏହାର କିଛି ସମୟ ପରେ ଅନ୍ୟ ଜଣେ ବ୍ୟକ୍ତି ନିଜକୁ ସିବିଆଇ ଅଧିକାରୀ ବୋଲି ପରିଚୟ ଦେଇ ଆଦିତ୍ୟଙ୍କୁ ଫୋନ କରିଥିଲେ। ଆଦିତ୍ୟଙ୍କ ନାମରେ ଏକ ମାମଲା ରୁଜୁ ହୋଇଥିବା ସଂପୃକ୍ତ ବ୍ୟକ୍ତି କହିଥିଲେ। ଏଥିସହ ମୁମ୍ବଇର ଜଣେ ନେତା ବେଆଇନ ଅର୍ଥ କାରବାରରେ ଜଡ଼ିତ ଥିବା ବେଳେ ଆଦିତ୍ୟ ତାଙ୍କୁ ସହଯୋଗ କରୁଥିବାରୁ ଜେଲ୍ ଯିବାକୁ ପଡ଼ିବ ବୋଲି ଫୋନ୍‌ କରିଥିବା ବ୍ୟକ୍ତି ଚେତାବନୀ ଦେଇଥିଲେ। ଏହାକୁ ନେଇ ଆଦିତ୍ୟ ବିଚଳିତ ହୋଇପଡ଼ିଥିଲେ। ସେ କୌଣସି ପ୍ରକାର ଅପରାଧରେ ଜଡ଼ିତ ନୁହନ୍ତି ବୋଲି କହିବା ପରେ ଠକ ସିବିଆଇ ଅଧିକାରୀ ତଦନ୍ତରେ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଘଟଣା ସମ୍ପର୍କରେ ଘର ଲୋକଙ୍କୁ ନ ଜଣାଇବାକୁ ବ୍ୟକ୍ତିଜଣକ କହିବା ସହ ଆଦିତ୍ୟଙ୍କ ଠାରୁ ତାଙ୍କ ବ୍ୟାଙ୍କ ସମ୍ପର୍କିତ ତଥ୍ୟ ମାଗିଥିଲେ। ଏଥିସହ ବିହାର ମଧୁବନିରେ ଥିବା ଏକ ବ୍ୟାଙ୍କ ଆକାଉଣ୍ଟକୁ ୫ ଲକ୍ଷ ଟଙ୍କା ପଠାଇବାକୁ ନିର୍ଦେଶ ଦେଇଥିଲେ। ଭୟଭୀତ ଆଦିତ୍ୟ ସେହି ଆକାଉଣ୍ଟକୁ ଟଙ୍କା ପଠାଇ ଦେଇଥିଲେ। ଘଟଣା ସମ୍ପର୍କରେ ଆଦିତ୍ୟଙ୍କ ପରିବାର ଲୋକ ଜାଣିବା ପରେ ତାଙ୍କୁ ଏକ ହୋଟେଲ ରୁମ୍‌ରୁ ଉଦ୍ଧାର କରି ଘରକୁ ଆଣିଥିଲେ। ପରବର୍ତ୍ତୀ ସମୟରେ ଆଦିତ୍ୟ ଫରିଦାବାଦ୍‌ ଥାନାରେ ସାଇବର ଠକେଇ ନେଇ ଲିଖିତ ଅଭିଯୋଗ କରିଥିଲେ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories