www.samajalive.in
Monday, December 8, 2025
27.1 C
Bhubaneswar

ଧାମରାଇ ମହାବିଦ୍ୟାଳୟରେ ବାଳିକା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର

ଧାମରା : ଧାମରା ଠାରେ ଥିବା ଧାମରାଇ ମହାବିଦ୍ୟାଳୟରେ ବାଳିକା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ବାସୁଦେବପୁର ତୃପ୍ତି ମହିଳା ମହା ବିଦ୍ୟାଳୟର ଅଧ୍ୟକ୍ଷା ତଥା ଭଦ୍ରକ ଜିଲ୍ଲା ଆତ୍ମ ସୁରକ୍ଷା ପ୍ରଶିକ୍ଷଣର ନୋଡାଲ ଅପିସର ସ୍ନିଗ୍ଧା ମହାନ୍ତି ଏବଂ ଧାମରାଇ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଭାତ କୁମାର ଦାସ ପ୍ରଦ୍ୱୀପ ପ୍ରଜ୍ଜଳନ ପୂର୍ବକ ଉଦଘାଟନ କରିଥିଲେ। ଦିନକୁ ଦିନ ବାଳିକା ତଥା ନାରୀମାନଙ୍କ ଉପରେ ବଢି ଚାଲିଥିବା ଅତ୍ୟାଚାର ତଥା ନିଜକୁ ସୁରକ୍ଷିତ ରଖିବା ପାଇଁ  ଆତ୍ମସୁରକ୍ଷା ଅତ୍ୟନ୍ତ ଜରୁରୀ ହୋଇ ପଡିଛି, ଫଳରେ ଏହି ଆତ୍ମ ସୁରକ୍ଷା ବଳରେ ନିଜକୁ ନିଜେ ସୁରକ୍ଷିତ ରଖିବା ସହଜ ହୋଇ ଥାଏ ବୋଲି ନୋଡାଲ ଅଫିସର  ମତ ରଖିଥିଲେ। ଆଜିର ଏହି ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିରରେ ମହାବିଦ୍ୟାଳୟର ସମସ୍ତ ଛାତ୍ରୀ ଯୋଗ ଦେଇଥିଲେ। ସେମାନଙ୍କୁ ଏହି ଆତ୍ମ ସୁରକ୍ଷାର ସମସ୍ତ କୌଶଳ ଏବଂ ପ୍ରଶିକ୍ଷଣ ମହାବିଦ୍ୟାଳୟର ପ୍ରୋଗ୍ରାମ କୋ ଅର୍ଡିନେଟର ଲକ୍ଷ୍ମୀଧର ବେହେରା ଦେଖାଇଥିଲେ। ମଙ୍ଗଳବାର ଦିନ ଶିବିର ଉଦଘାଟନ ହୋଇଥିବା ବେଳେ ଏହା ୧୨ ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ନିକଟରୁ ପ୍ରକାଶ। ଆଜିର ଏହି ବାଳିକା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ ମହାବିଦ୍ୟାଳୟରେ ଇଂରାଜୀ ବିଭାଗର ରାଜେନ୍ଦ୍ର ନାରାୟଣ ରାଉତ, ରାଜନୀତି ବିଜ୍ଞାନର ଜଗନ୍ନାଥ ଦାଶ, ଦର୍ଶନ ବିଭାଗର ବିଜୟ କୁମାର ସାହୁ, ଇତିହାସ ବିଭାଗର ବିଜୟ କୁମାର ରାଉତ, ପ୍ରୋଗ୍ରାମ କୋ ଅର୍ଡିନେଟର ଲକ୍ଷ୍ମୀଧର ବେହେରା ଏବଂ ସହକାରୀ ଲାଇବ୍ରେରିଆନ ମନୋରଞ୍ଜନ ମଲିକ, ମହାବିଦ୍ୟାଳୟର ଅକ୍ଷୟ ନାୟକ, ଉମେଶ ବେହେରାଙ୍କ ସମେତ ସମସ୍ତ କାଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories