www.samajalive.in
Monday, December 8, 2025
27.1 C
Bhubaneswar

କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ: ପୋଖରୀରେ ବୁଡ଼ି ଶିଶୁପୁତ୍ର ମୃତ

ସମାଜ ଡିଜିଟାଲ ଡେସ୍କ: କାର୍ତ୍ତିକ ପୂର୍ଣ୍ଣିମାରେ ଖେଳିଗଲା ଦୁଃଖର କଳା ବାଦଲ। ସମସ୍ତେ ଡଙ୍ଗା ଭସାଉଥିଲେ। ପୋଖରୀରେ ଡଙ୍ଗା ଦେଖି ଖୁସି ହେଲା। ପରେପରେ ଡଙ୍ଗା ଆଣିବା ପାଇଁ ଏକ କାଉଁରିଆ ସାହାଯ୍ୟରେ ଏକା ପୋଖରୀ ପାଖକୁ ପଳାଇଲା। ଶେଷରେ ଅକାତକାତ ପାଣିରେ ବୁଡ଼ି ସବୁ ଦିନ ପାଇଁ ଆଖି ବୁଜିଲା ୩ ବର୍ଷର ପୁଅ। କଟକ ଜିଲା ସାଲେପୁର ବ୍ଲକ କରମୁଆଁ ଗାଁରେ ଶୁକ୍ରବାର ଘଟିଛି ଏହି ଦୁଃଖଦ ଘଟଣା। ସକାଳୁ ସକାଳୁ ଗାଁ ନିକଟରେ ଥିବା ପୋଖରୀରେ ଡଙ୍ଗା ଭସାଇବାକୁ ଯାଇ ଏକ ୩ ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି। ମୃତ ଶିଶୁପୁତ୍ର ହେଉଛି କରମୁଆଁ ଗାଁର ପ୍ରଦୀପ୍ତ ଭୋଇଙ୍କ ପୁଆ। ପରିବାର ଲୋକ ବହୁ ଖୋଜା ଖୋଜି କଲା ପରେ ଗାଁ ନିକଟରେ ଥିବା ପୋଖରୀରୁ ତାକୁ ଉଦ୍ଧାର କରି ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ। ଏନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ଅନ୍ୟପଟେ ଏହି ଘଟଣାକୁ ନେଇ ପରିବାର ଓ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ସ୍ଥାନୀୟ ପ୍ରଶାସନକୁ ଭର୍ତ୍ସନା କରାଯାଇଛି। ଗ୍ରାମବାସୀଙ୍କ କହିବାନୁଯାୟୀ, ଏହି ପଞ୍ଚାୟତ ପୋଖରୀ ଖୋଳା ହେବା ଦିନଠୁ ଗାଧୋଇବା ପାଇଁ ଗୋଟିଏ ତୁଠ ନାହିଁ। ଏହାସହ ଗତ ହୋଲି ପର୍ବ ସମୟରେ ଜଣେ ଯୁବକ ଏଠାରେ ବୁଡ଼ି ପ୍ରାଣ ହରାଇଥିଲେ, ଆଉ ଆଜି ଗୋଟିଏ ଶିଶୁର ଜୀବନ ବି ଚାଲିଗଲା। ତେଣୁ ଏଥିପାଇଁ ସରପଞ୍ଚ, ବିଧାୟକ କେହି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି। ତେବେ କୌଣସି ଜନ ପ୍ରତିନିଧିମାନଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories