www.samajalive.in
Monday, December 8, 2025
17.1 C
Bhubaneswar

୧୫ ନଭେମ୍ବରରୁ ବଦଳିବ କ୍ରେଡିଟ୍ କାର୍ଡ ନିୟମ, ଜାଣନ୍ତୁ

ନୂଆଦିଲ୍ଲୀ : କ୍ରେଡିଟ୍ କାର୍ଡ ବ୍ୟବହାରକାରୀଙ୍କ ପାଇଁ ଜରୁରୀ ସୂଚନା । ୧୫ ନଭେମ୍ବରରୁ ଆଇସିଆଇସିଆଇ ବ୍ୟାଙ୍କ ନିଜ କ୍ରେଡିଟ କାର୍ଡର ନିୟମ ଓ ସର୍ତ୍ତରେ ପରିବର୍ତ୍ତନ ଆଣିବ । ବ୍ୟାଙ୍କ ନିଜ କ୍ରେଡିଟ୍ କାର୍ଡର ସର୍ତ୍ତରେ ୧୫ ନଭେମ୍ବରରୁ ଅନେକ ପରିବର୍ତ୍ତନ କରିବାକୁ ଯାଉଛି । ଏହାର ସିଧା ପ୍ରଭାବ କ୍ରେଡିଟ କାର୍ଡ ବ୍ୟବହାରକାରୀଙ୍କ ଉପରେ ପଡିବ ।

ନୂଆ ନିୟମ ଅନୁସାରେ ବ୍ୟବହାରକାରୀଙ୍କୁ କମ୍ପ୍ଲିମେଣ୍ଟ୍ରି ଏୟାରପୋର୍ଟ ଲାଉଞ୍ଜ ଆକ୍ସେସ ପାଇଁ ଏକ ତ୍ରୈମାସିକରେ ନିଜ କାର୍ଡରୁ ୭୫ ହଜାର ଟଙ୍କା ଖର୍ଚ୍ଚ କରିବାକୁ ହେବ । ପୂର୍ବରୁ ଏହା ୩୫ ହଜାର ଟଙ୍କା ଥିଲା । ଫ୍ୟୁଲ ସରଚାର୍ଜ ଭେଭର ନିୟମରେ ମଧ୍ୟ ପରିବର୍ତ୍ତନ ହୋଇଛି । ନୂଆ ନିୟମ ଅନୁସାରେ ପ୍ରତି ମାସରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ନେଣଦେଣରେ ଫ୍ୟୁଲ ସରଚାର୍ଜ ଫ୍ରି ହେବ । ଯଦିଓ ଏକ୍ସଲୁସିଭ୍ ଏମରାଲ୍ଡ ମାଷ୍ଟରକାର୍ଡ ପାଇଁ ଏହି ସୀମା ୧ ଲକ୍ଷ ଟଙ୍କା ମାସିକ ହେବ ।

- Advertisement -

ୟୁଟିଲିଟି ପୈଠରେ ଋବିକ୍ସ, ସୈଫିରୋ, ଏମରାଲ୍ଡ କାର୍ଡସ ପ୍ରାୟ ୮୦ ହଜାର ଟଙ୍କା ପର୍ଯ୍ୟନ୍ତ ମାସିକ ଖର୍ଚ୍ଚ ଏବଂ ଏହି ସୀମା ପର୍ଯ୍ୟନ୍ତର ଇନସ୍ୟୁରାନ୍ସ ପୈଠରେ ରିଓ୍ବାର୍ଡ ପଏଣ୍ଟ ମିଳିବ । ଅତିରିକ୍ତ ବାକି କାର୍ଡ ପାଇଁ ଏହି ସୀମା ୪୦ ହଜାର ଟଙ୍କା ହେବ । ସେହିଭଳି ଆଇସିଆଇସିଆଇ ବ୍ୟାଙ୍କ ରୁବିକ୍ସ ଭିସା, ସୈଫିରୋ ଭିସା, ଏମରାଲ୍ଡ ଭିସା କାର୍ଡଧାରୀ ତେଜରାତିରେ ୪୦ ହଜାର ଟଙ୍କାର ମାସିକ ଖର୍ଚ୍ଚରେ ରିଓ୍ବାର୍ଡ ପଏଣ୍ଟ କମାଇପାରିବେ। କ୍ରେଡ୍, ପେଟିଏମ୍, ଚେକ୍, ମୋବିକ୍ବିକ୍ ଭଳି ତୃତୀୟ ପକ୍ଷ ପୈଠ ଆପ୍ସ ଜରିଆରେ ଏଜୁକେସନାଲ୍ ପୈଠରେ ମଧ୍ୟ ନେଣଦେଣ ରାଶିରେ ୧ ପ୍ରତିଶତର ଚାର୍ଜ ଲାଗିବ ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories