www.samajalive.in
Monday, December 8, 2025
27.1 C
Bhubaneswar

ଝାଡ଼ଖଣ୍ଡରେ ଏଥର ଇଣ୍ଡିଆ ମେଣ୍ଟ ସରକାର ଗଢିବ: ମହମ୍ମଦ ମୋକିମ

ସମାଜ ଡିଜିଟାଲ ଡେସ୍କ: ଝାଡ଼ଖଣ୍ଡରେ ଏଥର ଇଣ୍ଡିଆ ମେଣ୍ଟ ସରକାର କରିବ। ଏନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ। ଝାଡ଼ଖଣ୍ଡର ବିଭିନ୍ନ ଅଞ୍ଚଳରେ ନିର୍ବାଚନ ପ୍ରଚାର କରି କଟକ ଫେରିବାପରେ ଏହା କହିଛନ୍ତି ମୋକିମ। ବିଜେପି ସେଠାରେ ଦଳର ସ୍ଥିତି ନେଇ ବିବ୍ରତ ଏବଂ ସେଥିପାଇଁ ନିର୍ବାଚନ ଠିକ୍ ପୂର୍ବରୁ ଇଡିକୁ ସେଠାରେ ଲଗାଇଛି। ତେବେ ପ୍ରଚାର ବେଳେ ଏଥର କଂଗ୍ରେସ ଓ ଇଣ୍ଡି ମେଣ୍ଟ ପ୍ରତି ଝାଡ଼ଖଣ୍ଡ ଭୋଟରଙ୍କ ସମର୍ଥନ ରହିଥିବା ସେ ଅନୁଭବ କରିଥିବା କହିବା ସହ ଓଡ଼ିଶାରେ ବିଜେପିର ଚାରି ମାସର ସରକାର ଅମଳରେ ଆମ୍ବ ଟାକୁଆ ଖାଇ ଜନଜାତି ଲୋକ ମୃତ୍ୟୁବରଣ କରିଥିବାରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ସେଠାକୁ ପ୍ରଚାରକୁ ଗଲେ ଝାଡ଼ଖଣ୍ଡରେ ସମାନ ଅବସ୍ଥା ହେବ ବୋଲି ମଧ୍ୟ କହିଛନ୍ତି ମୋକିମ। ଅନ୍ୟ ପକ୍ଷରେ ଓଡ଼ିଶା ରାଜ୍ୟପାଳଙ୍କ ପୁଅଙ୍କ କାଣ୍ଡ କାରଖାନାର ପ୍ରଭାବ ଝାଡ଼ଖଣ୍ଡ ନିର୍ବାଚନ ଉପରେ ପଡ଼ିବ ବୋଲି ମହମ୍ମଦ ମୋକିମ କହିଛନ୍ତି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories