www.samajalive.in
Monday, December 8, 2025
27.1 C
Bhubaneswar

୩ ମାସ ବିଳମ୍ବ ହେବ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ

ଅଯୋଧ୍ୟା: ଉତ୍ତର ପ୍ରଦେଶର ଅଯୋଧ୍ୟା ସହରରେ ନିର୍ମିତ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଚଳିତବର୍ଷ ଜାନୁଆରୀରେ ସମ୍ପନ୍ନ ହୋଇଥିଲେ ସୁଦ୍ଧା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ୨୦୨୫ ଜୁନ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ପ୍ରଥମେ କୁହାଯାଇଥିଲା। ତେବେ ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ଆଉ ୩ ମାସ ବିଳମ୍ବ ଘଟିବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି। ଫଳରେ ୨୦୨୫ ସେପ୍ଟେମ୍ବର ୨୫ ସୁଦ୍ଧା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଆଶା କରାଯାଉଛି। ବର୍ତ୍ତମାନ ଶ୍ରମିକ ମିଳିବା କଷ୍ଟକର ହୋଇପଡୁଥିବାରୁ ନିର୍ମାଣ କାର୍ଯ୍ୟରେ ବିଳମ୍ବ ଘଟୁଥିବା ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି। ନିର୍ମାଣ କାର୍ଯ୍ୟ ପାଇଁ ଆବଶ୍ୟକ ଶ୍ରମିକଙ୍କ ସଂଖ୍ୟା ତୁଳନାରେ ୨୦୦ ଶ୍ରମିକଙ୍କର ଅଭାବ ପରିଲକ୍ଷିତ ହେଉଛି। ମନ୍ଦିର ପାଚେରି ନିର୍ମାଣ ପାଇଁ ୮.୪ ଲକ୍ଷ ଘନଫୁଟ ଲାଲରଙ୍ଗର ‘ବଂଶୀ ପାହାରପୁର’ ପଥର ଆସିିଥିଲେ ସୁଦ୍ଧା ଶ୍ରମିକଙ୍କ ଅଭାବ ଯୋଗୁଁ ପାଚେରି ନିର୍ମାଣ ହୋଇପାରୁନଥିବା ଟ୍ରଷ୍ଟ ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର କହିଛନ୍ତି। କେବଳ ପାଚେରି ନୁହଁ, ମନ୍ଦିର ପରିସରରେ ଥିବା ଅନ୍ୟ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବାକୁ ନିକଟରେ ଟ୍ରଷ୍ଟର ଏକ ବୈଠକ ଅନୁଷ୍ଠିତ ହୋଇସାରିଛି। ବର୍ତ୍ତମାନ ସହସ୍ରାଧିକ ଭକ୍ତ ଦୈନିକ ମନ୍ଦିର ପରିଦର୍ଶନ କରୁଥିବାରୁ ଏହା ମଧ୍ୟ ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି କରୁଛି ବୋଲି ଶ୍ରୀ ମିଶ୍ର କହିଛନ୍ତି।

Hot this week

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

Related Articles

Popular Categories