www.samajalive.in
Tuesday, December 9, 2025
17.1 C
Bhubaneswar

କଟକ ଐତିହାସିକ ବାଲିଯାତ୍ରାର ସମୀକ୍ଷା କଲେ ଜିଲାପାଳ, ଚଲାପଥକୁ ଅବରୋଧମୁକ୍ତ ଓ ଟ୍ରାଫିକ ନିୟନ୍ତ୍ରଣ ଉପରେ ଗୁରୁତ୍ବ

କଟକ: ଚଳିତ ବର୍ଷ ଐତିହାସିକ ବାଲିଯାତ୍ରା ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟୟରେ ପହଞ୍ଚିଛି।, ଜିଲା ପ୍ରଶାସନ ଉଭୟ ପୋଲିସ ଓ ମହାନଗର ନିଗମ ସହ ସମନ୍ୱୟ ରକ୍ଷା ପୂର୍ବକ ସମସ୍ତ ନିୟମାବଳୀ ଅବଲୋମ୍ବନ କରି ଶୃଙ୍ଖଳାର ସହ ଏହି ଉତ୍ସବ ୮ଦିନ ଧରି ଅୟୋଜନ କରାଯିବ। ୧୫ ତାରିଖରୁ ବାଲିଯାତ୍ରା ଆରମ୍ଭ ହେବାକୁ ଥିବା ବେଳେ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା ପୂର୍ବକ ସମସ୍ତ କାର୍ଯ୍ୟ ୧୩ତାରିଖ ସୁଦ୍ଧା ଶେଷ କରାଯିବା ନେ଼ଇ ସେ ଗୁରୁତ୍ଵାରୋପ କରିଛନ୍ତି କଟକ ଜିଲାପାଳ।

ବାଲିଯାତ୍ରା ସମୟରେ ବିଶେଷକରି ଗାଡି ଚଳାଚଳ ଏବଂ ଚଲାପଥକୁ ଅବରୋଧମୁକ୍ତ କରିବା, ଶୃଙ୍ଖଳିତ ଆଇନ ଓ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ସହ ସଫେଇ ଆଦି ନିମନ୍ତେ ଜିଲା ପ୍ରଶାସନ,ପୋଲିସ୍ ପ୍ରଶାସନ ଏବଂ ମହାନଗର ନିଗମର ଅଧିକାରୀ ଓ ଯନ୍ତ୍ରୀ ମାନେ ନିଷ୍ଠାର ସହ କାର୍ଯ୍ୟ କରିବେ।

- Advertisement -

ଉଭୟ ପଡିଆର ସମସ୍ତ ଜାଗା,ବୋଟ କ୍ଲବ, ସବୁଜ କରିଡ଼ର ଅଞ୍ଚଳ ଆଦି ପରିଦର୍ଶନ କରି ଜିଲାପାଳ ଆଜି ଏହି ନିଷ୍ପତ୍ତି ନେଇଛନ୍ତି। ଏଥି ସହ ଆବଶ୍ୟକ ଜରୁରୀ ସେବା ଓ ରୋଗୀସେବା ନିମନ୍ତେ ଆମ୍ବୁଲାନ୍ସ ବ୍ୟବହାର ପାଇଁ ସବୁଜ କରିଡ଼ର ପାର୍ଶ୍ଵ ଦେଇ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯିବା ନେଇ ମଧ୍ୟ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ କହିଛନ୍ତି।

ପ୍ରଶାସନ ପକ୍ଷରୁ ବାଲିଯାତ୍ରା କଟକ ବାସୀଙ୍କର ଭାବାବେଗ ସହ ପାରମ୍ପାରିକ ସ୍ୱାଭିମାନ ବଜାୟ ରଖିବା ନିମନ୍ତେ ପ୍ରଶାସନିକ ସ୍ତରରେ ସମସ୍ତ ନିୟମ ଅନୁପାଳନ କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ବିଶେଷକରି ଟ୍ରାଫିକ କଟକଣା ସହ ଭିଡ ନିୟନ୍ତ୍ରଣ ନିମନ୍ତେ ପଦକ୍ଷେପ ସ୍ୱରୂପ ଉପର ଓ ତଳ ବାଲିଯାତ୍ରା ପଡିଆ ମଧ୍ୟରେ ସଂଯୋଗ ନିମନ୍ତେ ଆଉ ଦୁଇଟି ଅସ୍ଥାୟୀ ରାସ୍ତା ନିର୍ମାଣ କରାଯିବ।

ଏଥିପାଇଁ ସମ୍ପୃକ୍ତ ଅଧିକାରୀ ଓ ଯନ୍ତ୍ରୀ ସହ ଆଲୋଚନା ପରେ ଦୁଇଟି ଜାଗା ଚିହ୍ନଟ କରି ପୂର୍ତ୍ତ ବିଭାଗକୁ ରାସ୍ତା ନିର୍ମାଣ ନିମନ୍ତେ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି କଟକ ଜିଲ୍ଲାପାଳ। ଏହାବ୍ୟତୀତ ବାଲିଯାତ୍ରା ସମୟରେ ରାସ୍ତା କଡ ଫୁଟପାଥମାନଙ୍କରେ ଉଠାଦୋକାନୀ ମାନଙ୍କ ବ୍ୟବସାୟ ନିମନ୍ତେ ଜିଲ୍ଲାପାଳଙ୍କ ନିଷେଧାଦେଶ ରହିଛି।

କିନ୍ତୁ ସେମାନଙ୍କ ଜୀବନ ଜୀବିକା ଯେପରି ପ୍ରଭାବିତ ନ ହୁଏ ସେଥିପାଇଁ ତଳ ବାଲିଯାତ୍ରା ପଡିଆରେ ସେମାନଙ୍କୁ ବ୍ୟବସାୟ ଉପଯୋଗୀ ନିର୍ଦ୍ଦିଷ୍ଟ ସ୍ଥାନ ପ୍ରଦାନ କରାଯିବ। ଏଥି ନିମନ୍ତେ ଉପଜିଲ୍ଲାପାଳ କଟକ ସଦରଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories