www.samajalive.in
Sunday, December 7, 2025
26.1 C
Bhubaneswar

ବାତ୍ୟା, ବର୍ଷା କାରଣରୁ ଶୀତ ଉଭାନ

ଭୁବନେଶ୍ବର : ଗୋଟିଏ ସପ୍ତାହ ପରେ କାର୍ତ୍ତିକ ସରିବ, କିନ୍ତୁ କାର୍ତ୍ତିକର ଶୀତ ଏପର୍ଯ୍ୟନ୍ତ ଅନୁଭୂତ ହୋଇନାହିଁ। ପାହାଡିଆ ଅଞ୍ଚଳ ସେମିଳିଗୁଡା, ଦାରିଙ୍ଗବାଡି ଏବଂ ଜି.ଉଦୟଗିରିର କିଛି ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା କମିବା ସହ ଶୀତ ପଡିଥିଲେ ବି ଏବେ ପାରଦ ବଢିଲାଣି। ଉତ୍ତର ଭାରତରୁ ଏପର୍ଯ୍ୟନ୍ତ ଓଡ଼ିଶାକୁ ଥଣ୍ଡା ପବନ ଆସିନାହିଁ। ଜଳବାୟୁ ପରିବର୍ତ୍ତନ ଏବଂ ମୌସୁମୀ ବାୟୁ ଫେରିଯିବା ପରେ ବାତ୍ୟା ଓ ବର୍ଷା ପ୍ରଭାବରୁ ଚଳିତ ବର୍ଷ ଶୀତ ଆସିବା ବିଳମ୍ବ ହୋଇଛି ବୋଲି ପାଣିପାଗ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି।

ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନାନୁଯାୟୀ, ପାହାଡିଆ ଅଞ୍ଚଳ ମଧ୍ୟରେ ସେମିଳିଗୁଡାରେ ସର୍ବନିମ୍ନ ତାପମାତ୍ରା ୧୫.୩ଡିଗ୍ରୀ ରେକର୍ଡ ହୋଇଛି। ସୋମବାର ଏଠାରେ ରାତି ତାପମାତ୍ରା ୧୨.୨ଡିଗ୍ରୀ ଥିଲା। ଦାରିଙ୍ଗବାଡିରେ ୧୬.୫ଡିଗ୍ରୀ ଓ ଜି.ଉଦୟଗିରିରେ ୧୬.୮ଡିଗ୍ରୀ ଛୁଇଁଛି। ସମତଳ ଅଞ୍ଚଳ ମଧ୍ୟରେ ରାତି ତାପମାତ୍ରା ନବରଙ୍ଗପୁରରେ ୧୭.୬ ଡିଗ୍ରୀ ଏବଂ ଫୁଲବାଣୀରେ ୧୮ଡିଗ୍ରୀ ରହିଛି। ସୁନ୍ଦରଗଡ, ରାଉରକେଲା, କେନ୍ଦୁଝର, ଅନୁଗୋଳ ଏବଂ ଭବାନୀପାଟଣାରେ ପାରଦ ୧୯ ଡିଗ୍ରୀକୁ ଖସିଛି। ପାଣିପାଗ କେନ୍ଦ୍ର ନିର୍ଦେଶିକା ଡ. ମନୋରମା ମହାନ୍ତି କହିଛନ୍ତି, ବାତ୍ୟା ଯୋଗୁ ଶୀତ ଆସିବାରେ ବିଳମ୍ବ ହୋଇଛି। ଗୋଟିଏ ସପ୍ତାହ ପରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବା ସମ୍ଭାବନା ଥିବାରୁ ଶୀତ ପଡିପାରେ।

- Advertisement -

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଚଳିତ ବର୍ଷ ରାଜ୍ୟରେ ଶୀତ ଅବଧି କମିଯିବ। ଜଳବାୟୁ ପରିବର୍ତ୍ତନ ଯୋଗୁ ଦେଶର ମଧ୍ୟଭାଗକୁ ଛାଡି ଦେଲେ ଅନ୍ୟାନ୍ୟ ଅଞ୍ଚଳରେ ରାତି ତାପମାତ୍ରା ସ୍ବାଭାବିକରୁ ଅଧିକ ରହିଛି। ରାଜ୍ୟକୁ ଶୀତ ଆସିବାରେ ବିଳମ୍ବର କାରଣ ହେଉଛି, ଉତ୍ତର ଗୋଲାର୍ଦ୍ଧରେ ତାପମାତ୍ରା ହ୍ରାସ ପାଉନାହିଁ। ଉତ୍ତର ଭାରତରୁ ଓଡ଼ିଶାକୁ ଥଣ୍ଡା ପବନ ଆସିଲେ ଶୀତ ଅନୁଭୂତ ହୋଇଥାଏଟ୍ଟ କିନ୍ତୁ ଏପର୍ଯ୍ୟନ୍ତ ଉତ୍ତର ଭାରତରୁ ରାଜ୍ୟ ମଧ୍ୟକୁ ଥଣ୍ଡା ପବନ ପ୍ରବାହ କରିନାହିଁ। ଠାଏ ଠାଏ ବାଦଲ ଖଣ୍ଡ ରହିବା ଦ୍ବାରା ଆକାଶ ସମ୍ପୂର୍ଣ୍ଣ ମେଘମୁକ୍ତ ହୋଇନାହିଁ। ଭୂ-ପୃଷ୍ଠ ବାୟୁ ଊର୍ଦ୍ଧ୍ବଗାମୀ ହୋଇପାରୁନାହିଁ। ଅନ୍ୟପଟେ ଲା-ଲିନୋ ଅଗଷ୍ଟ ସୁଦ୍ଧା ଆସିବ ବୋଲି ଆକଳନ କରାଯାଇଥିଲା। ହେଲେ ଲା-ଲିନୋ ଆସିବାରେ ବିଳମ୍ବ, ଦୁର୍ବଳ ଏବଂ ସ୍ବଳ୍ପ ଅବଧି କାରଣରୁ ଶୀତ ଆସିବାରେ ବିଳମ୍ବ ହୋଇଛି। ନଭେମ୍ବର ୧୧ରୁ ଏଥିରେ ପରବର୍ତ୍ତନ ଆସିବ ଏବଂ ସର୍ବନିମ୍ନ ତାପମାତ୍ରା ୩ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ସମ୍ଭାବନା ରହିଛି। ଡିସେମ୍ବର ଏବଂ ଜାନୁଆରୀରେ ରାତି ତାପମାତ୍ରା ସ୍ବାଭାବିକରୁ ଅଧିକ ରହିବ। ଫେବୃଆରୀରେ ଶୀତ ସ୍ବାଭାବିକରୁ କମ ରହିପାରେ। ଡିସେମ୍ବର ଏବଂ ଜାନୁଆରୀ ଅପେକ୍ଷା ଫେବୃଆରୀରେ ଅଧିକ ଶୀତ ଅନୁଭୂତ ହେବ। ପାଣିପାଗ ବିଶେଷଜ୍ଞ ଶରତଚନ୍ଦ୍ର ସାହୁ କହିଛନ୍ତି, ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଫେରିଯିବା ପରେ ବର୍ଷା ହେଉଛି। ଉତ୍ତର-ଦିଗରୁ ପବନ ପ୍ରବାହରେ ବିଳମ୍ବ, ଦକ୍ଷିଣ-ପଶ୍ଚିମ ଦିଗରୁ ବାୟୁ ପ୍ରବାହ ଯୋଗୁ ଶୀତ ପଡିବାରେ ବିଳମ୍ବ ହୋଇଛି। ୧୧ତାରିଖରୁ ଉତ୍ତର ଭାରତରୁ ପବନ ପ୍ରବାହ କରିବା ସମ୍ଭାବନା ଥିବାରୁ ଶୀତ ପଡିବା ସମ୍ଭାବନା ରହିଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories