www.samajalive.in
Monday, December 8, 2025
27.1 C
Bhubaneswar

ଫାର୍ସାରେ ଦୋକାନୀଙ୍କ ଗୋଡକୁ ହାଣିଦେଲେ ଦୁର୍ବୃତ୍ତ

ସୁଆଣ୍ଡୋ : ପୂର୍ବ ଶତୃତାକୁ କେନ୍ଦ୍ର କରି ଶନିବାର ରାତିରେ ଜଣେ ଦୋକାନୀଙ୍କ ଗୋଡକୁ କେତେକ ଦୁର୍ବୃତ୍ତ ଫାର୍ସାରେ ହାଣି ଦେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, କରଡି ଗ୍ରାମର ଅଶୋକ ଦାସ ( ୩୦ ) ଜମୁନା କୁଦ ବଜାରରେ ଗାଡିଧୁଆ ସର୍ଭିସ ଷ୍ଟେସନ କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ। ବିଗତ ଦିନରେ ଟୋଲ ଗେଟ ବାହାନାରେ କେତେକ ଯୁବକ ଏଠାରେ ଗଣ୍ଡଗୋଳ କରୁଥିଲେ। ଏହାକୁ କେନ୍ଦ୍ର କରି ସ୍ଥାନୀୟ କେତେଜଣ ଟୋଲ ଗେଟ ଭଙ୍ଗାରୁଜା କରିଥିଲେ। ଦୀର୍ଘ ଦିନର ଅସନ୍ତୋଷକୁ ନେଇ ଛଅ ଜଣ ଯୁବକ ମାରଣାସ୍ତ୍ର ଧରି ଆକ୍ରମଣ କରିବାକୁ ଆସି ଫାର୍ସାରେ ତାଙ୍କ ବାମ ଗୋଡ଼କୁ ହାଣି ଦେଇଥିଲେ ବୋଲି ଅଶୋକ ଚନ୍ଦନପୁର ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ଉତ୍ତେଜିତ ଲୋକମାନେ ରାସ୍ତାରୋକ କରିଥିଲେ। ଘଟଣାସ୍ଥଳରେ ଥାନା ଅଧିକାରୀ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହାର ହୋଇଥିଲା।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories