www.samajalive.in
Monday, December 8, 2025
17.1 C
Bhubaneswar

ଏକ ତରଫା ପ୍ରେମର କରୁଣ ପରିଣତି, ଅଙ୍ଗନବାଡ଼ି କର୍ମୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ସୁନ୍ଦରଗଡ଼ : ଏକ ତରଫା ପ୍ରେମରୁ ବୀଭତ୍ସ ହତ୍ୟାକାଣ୍ଡ । ଜଣେ ଅଙ୍ଗନବାଡ଼ି କର୍ମୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ଯୁବକ । ହତ୍ୟାକାଣ୍ଡ ପରେ ଯୁବକ ଜଣକ ଫେରାର ହୋଇଯାଇଥିବାବେଳେ ପୁଲିସ ଘଟଣାର ତଦନ୍ତ କରୁଛି । ମିଳିଥିବା ସୂତ୍ରରୁ ପ୍ରକାଶ, ହେମଗିରି ଥାନା ଜୁଲମବାହାଲ ପଞ୍ଚାୟତ ପୁର୍ଣ୍ଣା ଗାଁରେ ଏମିତି କାଣ୍ଡ ଘଟିଛି । ସେହି ଗାଁର ଶରତ କଉଡ଼ି ଗାଁର ଅଙ୍ଗନବାଡ଼ି କର୍ମୀ ଦିବ୍ୟାଭାରତୀ ଅଢା(୨୩)ଙ୍କୁ ଏକ ତରଫା ପ୍ରେମ କରୁଥିଲା । ଅନେକ ସମୟରେ ପ୍ରେମ ନିବେଦନ କରିବା ସହ ବାରମ୍ବାର ଦିବ୍ୟାଭାରତୀଙ୍କୁ ହଇରାଣ କରୁଥିଲା । ଆଜି ଦିବ୍ୟାଭାରତୀ ଅଙ୍ଗନବାଡ଼ି ପାଠ ସାରି ଜଣେ ଛୁଆକୁ ଧରି ଘରକୁ ଫେରୁଥିଲେ । ସେହି ସମୟରେ ଏକ ନିଛାଟିଆ ସ୍ଥାନରେ ପଛପଟରୁ ଏକ ଟାଙ୍ଗିଆରେ ଶରତ ଦିବ୍ୟାଭାରତୀଙ୍କୁ ଆକ୍ରମଣ କରିଥିଲା । ଟାଙ୍ଗିଆରେ ଦୁଇ ଥର ଚୋଟ ମାରିଲା ପରେ ଦିବ୍ୟା ସେଠାରେ ଟଳି ପଡ଼ିଥିଲେ । ଖବର ପାଇ ଘର ଲୋକ ସେଠାରେ ପହଞ୍ଚିଲା ପରେ ପୁଲିସକୁ ଖବର ଦେଇଥିଲେ । ପରିବାର ବର୍ଗଙ୍କ ଏତଲା ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories