www.samajalive.in
Tuesday, December 9, 2025
16.1 C
Bhubaneswar

ରୟାଲ ଏନଫିଲ୍ଡ ଆଣିଲା ନିଜ ପ୍ରଥମ ଇଲେକ୍ଟ୍ରିକ୍ ବାଇକ୍

ନୂଆଦିଲ୍ଲୀ : ବାଇକ୍ ନିର୍ମାତା କମ୍ପାନୀ ରୟାଲ ଏନଫିଲ୍ଡ ଶେଷରେ ଇଲେକ୍ଟ୍ରିକ୍ କ୍ଷେତ୍ରରେ ପାଦ ଥାପିଛି । କମ୍ପାନୀ ଇଟଲୀର ମିଲାନରେ ହେଉଥିବା EICMA-୨୦୨୪ ଅଟୋ ଶୋରେ ନିଜ ପ୍ରଥମ ଇଲେକ୍ଟ୍ରିକ୍ ବାଇକ ପ୍ରଦର୍ଶିତ କରିଛି । କମ୍ପାନୀ ତରଫରୁ ଏହି ବାଇକର ଫିଚର୍ ସମ୍ପର୍କରେ କୌଣସି ସୂଚନା ଦିଆଯାଇନି । ଆଗାମୀ କିଛି ଦିନରେ ଏହାକୁ ଭାରତୀୟ ବଜାରରେ ଲଞ୍ଚ୍ କରାଯାଇପାରେ । ବାଇକର ଡିଜାଇନ ପୁରୁଣା ମଡେଲ ବା ଆଗ କାଳରେ ଆସୁଥିବା ବାଇକ୍ ଭଳି ହୋଇଛି ଯାହାକି ଏହାକୁ ଅନ୍ୟ ଇଲେକ୍ଟ୍ରିକ୍ ଗାଡିମାନଙ୍କଠୁ ଭିନ୍ନ କରୁଛି ।

ବାଇକରେ ଗର୍ଡର ଷ୍ଟାଇଲ ବିଶିଷ୍ଟ ଫ୍ରଣ୍ଟ ଫୋକର୍ସ ବ୍ୟବହାର କରାଯାଇଛି । ଏହା ବ୍ୟତୀତ ବାଇକରେ ଟଚସ୍କ୍ରିନ୍ ବିଶିଷ୍ଟ ସ୍ପିଡୋମିଟର ଦିଆଯାଇଛି । ବାଇକରେ ନୂଆ ଡିଜାଇନ କରାଯାଇଥିବା ସ୍ବିଚଗିୟର, ଏଲଇଡି ଲାଇଟ୍ସ ମିଳିପାରେ । ଏଥିରେ ଷ୍ଟାର୍ଟ ଓ ଷ୍ଟପ ବଟନ ଦିଆଯାଇଛି । ବାଇକରେ ରୟାଲ ଏନଫିଲ୍ଡ ସହ ଫ୍ଲାଇଂ ଫ୍ଲିର ମଧ୍ୟ ଲୋଗୋ ରହିଛି । ବାଇକର ଫ୍ରଣ୍ଟ୍ ଓ ରିୟରରେ ଡିସ୍କ ବ୍ରେକ୍ ମିଳିବ । ବାଇକ୍ ଉଭୟ ସିଙ୍ଗଲ ଓ ଡୁଆଲ ସିଟ୍ ଭେରିଏଣ୍ଟରେ ଉପଲବ୍ଧ ହେବ । ବାଇକରେ ପତଳା ଟାୟାର ଦିଆଯାଇଛି । ତେବେ ଏହାର ଦାମ୍ ସମ୍ପର୍କରେ କୌଣସି ସୂଚନା ଦେଇନି କମ୍ପାନୀ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories