www.samajalive.in
Monday, December 8, 2025
17.1 C
Bhubaneswar

ରତ୍ନଭଣ୍ଡାରରେ ନାହିଁ ସୁଡ଼ଙ୍ଗ କିମ୍ବା ଗୁପ୍ତ କୋଠରୀ: ଆଇନ ମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ରତ୍ନଭଣ୍ଡାରକୁ ନେଇ ଆସିଲା ବଡ ଖବର । ରତ୍ନଭଣ୍ଡାର ଭିତରେ କୌଣସି ସୁଡଙ୍ଗ କିମ୍ବା ଗୁପ୍ତ କୋଠରୀ ନାହିଁ। ଜିପିଆର ସର୍ଭେ ପରେ ପ୍ରାରମ୍ଭିକ ଆଲୋଚନାରୁ ଏହା ଜଣାପଡିଛି । ଚୂଡାନ୍ତ ରିପୋର୍ଟ ଆସିବା ପରେ ଏ ନେଇ ସ୍ପଷ୍ଟ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, କାର୍ତ୍ତିକ ମାସରେ ଭିଡ ରହୁଥିବାରୁ ଏବେ ମରାମତି ସମ୍ଭବପର ନୁହେଁ । କାର୍ତ୍ତିକ ପୂର୍ଣ୍ଣିମା ପରେ ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହେବ । ବିଭିନ୍ନ ସ୍ଥାନରେ ବଡ ଫାଟ ରହିଥିବା ଜଣାପଡିଛି । ପ୍ରାୟ ମାସେ ଧରି ମରାମତି ପରେ ରତ୍ନଭଣ୍ଡାର ରତ୍ନର ଗଣତି ମଣତି ଆରମ୍ଭ ହେବ। ପୂର୍ବ ତାଲିକା ଅନୁସାରେ ବର୍ତ୍ତମାନର ତାଲିକାକୁ ମିଶାଇ ୭ ଦିନରେ ରିପୋର୍ଟ ପ୍ରକାଶ ପାଇବ ବୋଲି ମନ୍ତ୍ରୀ କହିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories