www.samajalive.in
Monday, December 8, 2025
20.1 C
Bhubaneswar

ନିର୍ବାଚନ ଅଧିକାରୀ ଅନୁପସ୍ଥିତ,ଅନାସ୍ଥା ଭୋଟିଂ ସ୍ଥଗିତ

କେସିଙ୍ଗା: ନିର୍ବାଚନ ଅଧିକାରୀଙ୍କ ଅନୁପସ୍ଥିତି ଯୋଗୁଁ ସ୍ଥଗିତ ରହିଲା କେସିଙ୍ଗା ବ୍ଲକ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା ପ୍ରସ୍ଥାବ । କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ବିରୁଦ୍ଧରେ ଆସିଥିବା ପ୍ରସ୍ତାବ ଉପରେ ଆଜି ମତଦାନ ହେବାର ଥିଲା। ଅନାସ୍ଥା ପ୍ରସ୍ତାବ ଆଣିଥିବା ମନୋଜଙ୍କ ଶିବିର ୩୫ ଜଣ ସମର୍ଥକଙ୍କ ସହିତ ବ୍ଲକ ସଭା ଗୃହରେ ପହଞ୍ଚିଥିଲେ। ଚନ୍ଦନଙ୍କ ଶିବିରର ସମର୍ଥକ ଅନୁପସ୍ଥିତ ରହିଥିଲେ। ୨ ବିଧାୟକ ଓ ସାଂସଦ ମଧ୍ୟ ଅନୁପସ୍ଥିତ ଥିଲେ। ୧୨.୩୦ରେ ମତଦାନ ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ନିର୍ବାଚନ ଅଧିକାରୀ ଦାୟିତ୍ୱରେ ରହିଥିବା ଅତିରିକ୍ତ ଉପଜିଲ୍ଲାପାଳ ଜୟଦେବ ଦାସ ଅନୁପସ୍ଥିତ ରହିଥିଲେ।
ଫଳରେ ଆଜି ଅନାସ୍ଥା ମତଦାନ ହୋଇପାରିନାହିଁ। ତେବେ ମନୋଜଙ୍କ ଶିବିରରେ ୩୭ ଜଣଙ୍କ ସମର୍ଥନର ଆବଶ୍ୟକ ରହିଥିବା ବେଳେ ୩୫ ଜଣଙ୍କୁ ଦେଖିବାକୁ ମିଳିଥିଲା ଓ ଅନାସ୍ଥା ମଙ୍ଗ ଧରିଥିବା ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କୁ ମିଶାଇ ୩୬ ସମର୍ଥନ ରହିଥିଲା । ଗୋଟିଏ ଭୋଟ ତାଙ୍କୁ ଆବଶ୍ୟକ ରହିଥିଲା । ଅନ୍ୟପଟେ ଚନ୍ଦନ ବି ଅନାସ୍ଥାରୁ ବର୍ତ୍ତିବା ପାଇଁ ଗୋଟିଏ ଭୋଟ ର ଆବଶ୍ୟକ କରୁଥିଲେ । ସାଂସଦ ନିର୍ଣ୍ଣାୟକ ଭୂମିକା ନେଇଥାନ୍ତେ ହେଲେ ମତଦାନ ହୋଇପାରିନାହିଁ । ନିର୍ବାଚନ ଅଧିକାରୀଙ୍କ ଅନୁପସ୍ଥିତିର କାରଣ ଅସ୍ପଷ୍ଟ ରହିଛି । ମତଦାନ ଟଳି ଯିବାପରେ ଆଉ କିଛିଦିନ କେସିଙ୍ଗା ବ୍ଲକ ରାଜନୀତି ସରଗରମ ରହିବା ସୁନିଶ୍ଚିତ ହୋଇଛି ।

ନଭେମ୍ବର ମାସରେ ରାଜଯୋଗ; ଶୁକ୍ର-ଶନି ଏହି ରାଶିଙ୍କୁ କରିବେ ଭାଗ୍ୟଶାଳୀ, ଚମକିବ ଭାଗ୍ୟ, ମିଳିବ ହଠାତ୍‌ ଧନ..

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories