www.samajalive.in
Thursday, December 11, 2025
27.1 C
Bhubaneswar

ଗାଁ ମହିଳାଙ୍କୁ ମିଠା ଓ ଶାଢ଼ୀ ବାଣ୍ଟି ଦୀପାବଳି ପାଳିଲେ ସାଂସଦ ଓ ବିଧାୟକ

ପିପିଲି :ଗାଁ ମହିଳାଙ୍କ ସହ ଦୀପାବଳୀ ପାଳିଛନ୍ତି ପୁରୀ ସାଂସଦ ଓ ପିପିଲି ବିଧାୟକ। ସାଂସଦ ଡା ସମ୍ବିତ ପାତ୍ର ଓ ବିଧାୟକ ଆଶ୍ରିତ ପଟ୍ଟନାୟକ ପିପିଲି ବ୍ଲକ ଦୁର୍ଗାଦାଶପୁର ପଞ୍ଚାୟତ ଅନ୍ତର୍ଗତ ଠଣଠଣା ଗ୍ରାମର ଦଳିତ ସାହିର ଶତାଧିକ ମହିଳାଙ୍କ ସହ ଆଲୋକର ପର୍ବ ଦୀପାବଳି ପାଳି ଖୁସି ମନାଇଛନ୍ତି। ଏହି ପର୍ବରେ ଅଧିକ ଖୁସି ଆଣିବା ପାଇଁ ପ୍ରାୟ ୨୦୦ ଦଳିତ ମହିଳାଙ୍କୁ ଶାଢ଼ୀ ବଣ୍ଟନ କରିଥିଲେ। ସମସ୍ତଙ୍କୁ ନିଜ ହାତରେ ମିଠା ଖୁଆଇ ଖୁସି ବାଣ୍ଟିଛନ୍ତି ଉଭୟ ସାଂସଦ ଓ ବିଧାୟକ ।

ଗୁରୁବାର ଅପରାହ୍ନରେ ଉଭୟେ ଜେନା ସାହି, ସେଠି ସାହି ଓ ବେଲପୋଖରୀ ସାହିରେ ପହଁଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଉଭୟଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା । ସେଠାରେ ଉଭୟେ ୨୦୦ ରୁ ଉର୍ଦ୍ଧ ମହିଳାଙ୍କୁ ନୂଆ ଶାଢ଼ୀ ଓ ମିଠା ପ୍ୟାକେଟ ବଣ୍ଟନ କରିଥିଲେ। ଯେଉଁମାନେ ଅନୁପସ୍ଥିତ ଥିଲେ ସେମାନଙ୍କ ପାଇଁ ସ୍ଥାନୀୟ ପ୍ରତିନିଧିଙ୍କ ଜରିଆରେ ପହଂଚାଇବାକୁ ବ୍ୟବସ୍ଥା ମଧ୍ୟ କରିଥିଲେ। ତେବେ ନିର୍ବାଚନ ପୂର୍ବରୁ ଡାକ୍ତର ସମ୍ବିତ୍ ପାତ୍ର ଗାଁ ଲୋକଙ୍କ ସହ ଦୀପାବଳି ପାଳି ଆସୁଥିବା ବେଳେ ସାଂସଦ ହେବା ପରେ ମଧ୍ୟ ସେ ଏହି ଧାରା ବଜାୟ ରଖିଥିବା ଲୋକେ କହିଛନ୍ତି।

- Advertisement -

ସେପଟେ ସ୍ଥାନୀୟ ବିଧାୟକ ସର୍ବଦା ସାଧାରଣ ଜନତାଙ୍କ ଦୁଃଖ ସୁଖରେ ଠିଆ ହୋଇ ସହଯୋଗ କରି ଆସୁଥିଲା ବେଳେ ପର୍ବପର୍ବାଣୀ ସମୟରେ ପିପିଲି ଓ ଡେଲାଙ୍ଗ ବ୍ଲକର କେଉଁଠି ନାଁ କେଉଁଠି ଲୋକଙ୍କ ଗହଣରେ ହିଁ ପାଳିଥାନ୍ତି ବୋଲି ସ୍ଥାନୀୟ ବିଜେପି ନେତାମାନେ ପ୍ରକାଶ କରିଛନ୍ତି। ପୂର୍ବରୁ ନିର୍ବାଚିତ ସାଂସଦଙ୍କ ଦେଖା ମିଳୁନଥିବା ବେଳେ ଏଵେ ସାଂସଦ ଆସି ଲୋକଙ୍କ ଗହଣରେ ପହଞ୍ଚି ସମସ୍ୟା ବୁଝିବା ସହ ପର୍ବ ପର୍ବାଣୀରେ ଖୁସି ବାଣ୍ଟିବା ଘଟଣାକୁ ପ୍ରଶଂସା କରିଛନ୍ତି ବିଧାୟକ ଆଶ୍ରିତ ପଟ୍ଟନାୟକ।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories