www.samajalive.in
Monday, December 8, 2025
17.1 C
Bhubaneswar

କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ “ରନ୍‌ ଫର ୟୁନିଟି” କାର୍ଯ୍ୟକ୍ରମ

ଭୁବନେଶ୍ୱର: ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମ ଠାରେ ଆସନ୍ତା ଅକ୍ଟୋବର ମାସ ୨୯ ତାରିଖ ଦିନ “ରନ୍‌ ଫର ୟୁନିଟି” କାର୍ଯ୍ୟକ୍ରମ ଆୟୋଜିତ ହେବ। ଭାରତର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ନିଜ ଜୀବନ ସମର୍ପି ଦେଇଥିବା ତଥା ଭାରତର ଲୌହମାନବ ଭାବେ ପରିଚିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସ୍ମୃତି ଏବଂ ସମ୍ମାନରେ କାର୍ଯ୍ୟକ୍ରମର ଆୟୋଜନ କରାଯିବ।

କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ପ୍ରକାଶଯୋଗ୍ୟ ଯେ, ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସାରା ଦେଶରେ “ରନ୍‌ ଫର ୟୁନିଟି” କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।

- Advertisement -

ମିଳିଥିବା ସୂଚନା ଅନୁଯାୟୀ ଅକ୍ଟୋବର ୨୯ ତାରିଖ ଦିନ ସକାଳ ୭.୩୦ ଘଟିକାରେ ପ୍ରାୟ ୨୦୦୦ରୁ ଅଧିକ ଲୋକ କଳିଙ୍ଗ ଷ୍ଟାଡିୟମଠାରେ ଏକତ୍ରୀତ ହୋଇ ୦୫ କି. ମି. ମାରାଥନ୍‌ ଦୌଡ଼ରେ ଯୋଗଦେବେ।

ଆଜି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କାର୍ଯ୍ୟକ୍ରମର ଆୟୋଜନ ସମ୍ବନ୍ଧରେ ବିଭାଗର ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। “ରନ୍‌ ଫର ୟୁନିଟି” କାର୍ଯ୍ୟକ୍ରମ ଭାରତର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ନିଜର ଅବଦାନ ଦେଇଥିବା ଲୌହମାନବ ଶ୍ରୀ ସର୍ଦ୍ଦାର ବଲ୍ଳଭ ଭାଇ ପଟେଲଙ୍କ ସମ୍ମାନରେ ଉତ୍ସର୍ଗୀକୃତ। କାର୍ଯ୍ୟକ୍ରମରେ ପ୍ରାୟ ୨୦୦୦ରୁ ଅଧିକ ନାଗରିକ ଅଂଶଗ୍ରହଣ କରିବା ଆମ ପାଇଁ ଉତ୍ସାହଜନକ। ଆମେ ସମସ୍ତେ ସର୍ଦ୍ଦାର ବଲ୍ଳଭ ଭାଇ ପଟେଲଙ୍କ ଜୀବନ ଏବଂ ଆଦର୍ଶରେ ପ୍ରେରିତ ହୋଇ ଆମ ଭିତରେ ଥିବା ଭାଇଚାରା, ଶାନ୍ତି ଏବଂ ସମୃଦ୍ଧିର ବନ୍ଧନକୁ ସୁଦୃଢ କରିବା ସହ ବିକଶିତ ଓ ସମୃଦ୍ଧ ଭାରତର ସ୍ବପ୍ନକୁ ବାସ୍ତବିକତାରେ ପରିଣତ କରିବା ପାଇଁ କାର୍ଯ୍ୟରତ ହେବା ବୋଲି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମତପ୍ରକାଶ କରିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories