www.samajalive.in
Sunday, December 7, 2025
13.1 C
Bhubaneswar

ଏଥର ବଜେଟ୍‍ ହେବ ବ୍ୟତିକ୍ରମ!

ନୂଆଦିଲ୍ଳୀ: ଆସନ୍ତା ୧ ତାରିଖରେ ଉପସ୍ଥାପନ ହେବ ସାଧାରଣ ବଜେଟ୍‍। ମୋଦୀ ସରକାରଙ୍କ ଚଳିତ ଅବଧିର ଏହା ଶେଷ ବଜେଟ୍‍ ହୋଇଥିବାରୁ ସବୁ ମହଲର ଦୃଷ୍ଟି ବଜେଟ୍‍ ଉପରେ ରହିଛି। ବଜେଟ୍‍ ଉପସ୍ଥାପନର ମାତ୍ର ଦୁଇ ମାସ ପରେ ଲୋକସଭା ଓ କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାରୁ ମୋଦୀ ସରକାରଙ୍କ ପାଇଁ ଏହି ବଜେଟ୍‍ର ଗୁରୁତ୍ୱ ଅଧିକ। ସାଧାରଣତଃ ନିର୍ବାଚନୀ ବର୍ଷରେ ଅନ୍ତରୀଣ ବଜେଟ୍‍ ଉପସ୍ଥାପନ ହେବାର ପରମ୍ପରା ରହି ଆସିଛି। ଏଥିରେ ଆଗାମୀ ଆର୍ଥିକ ବର୍ଷ ପାଇଁ ଆୟର ପ୍ରମୁଖ ଉତ୍ସ ଓ ବିସ୍ତୃତ ବ୍ୟୟର ବରାଦ ଯୋଜନା ପରବର୍ତ୍ତୀ ସରକାର ଉପରେ ଛାଡ଼ି ଦେଇ କେବଳ ଆର୍ଥିକ ବର୍ଷର ପ୍ରଥମ ଦୁଇ ମାସ ପାଇଁ ବ୍ୟୟ ବରାଦ କରାଯାଏ। କେତେକ ପରିସ୍ଥିତିରେ ଦେଶର ଆର୍ଥିକ ସ୍ଥିତି ଆଧାରରେ ସ୍ୱଳ୍ପକାଳୀନ ଆୟ ଯୋଜନା ମଧ୍ୟ ସ୍ଥାନ ପାଇଥିବା ଉଦାହରଣ ରହିଛି। କିନ୍ତୁ ଆସନ୍ତା ବଜେଟ୍‍ରେ ମୋଦୀ ସରକାର ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି କେତେକ ବିଶେଷ ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଉଛି। ବିଶେଷକରି ମଧ୍ୟବିତ୍ତବର୍ଗର ଲୋକଙ୍କୁ ଅସନ୍ତୁଷ୍ଟ ନ କରିବା ପାଇଁ ଆୟକର ରିହାତି ସୀମା ମଧ୍ୟ ବଢ଼ାଇ ଦିଆଯାଇପାରେ ବୋଲି ଆଶା କରାଯାଉଛି। ଏବେ ଦେଶର ଆର୍ଥିକ ସ୍ଥିତି ସେତେଟା ଚିନ୍ତାଜନକ ନଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ୟୁବିଆଇ ପାଇଁ ଅଧିକ ଅର୍ଥ ଆବଶ୍ୟକ। ସେହିପରି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କେନ୍ଦ୍ର ସରକାର କିଛି ତତ୍କାଳ ପ୍ରଭାବଶାଳୀ ଯୋଜନା ମଧ୍ୟ ଘୋଷଣା କରିପାରନ୍ତି। କୃଷକଙ୍କ ପାଇଁ ଋଣ ଛାଡ଼ ଯୋଜନା ମଧ୍ୟ ଘୋଷଣା ହୋଇପାରେ। ସେଥିପାଇଁ ବ୍ୟୟ ବରାଦ ବଢ଼ିବ। ସେହି ବ୍ୟୟ ବରାଦ ଭରଣା କରିବା ପାଇଁ ସ୍ୱାଭାବିକ ଭାବେ ସରକାର ଅଧିକ ଆୟର ଉତ୍ସ ଉପରେ ଆଲୋକପାତ କରିପାରନ୍ତି ବୋଲି ଅର୍ଥନୀତିଜ୍ଞମାନେ ଅନୁମାନ କରିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ମଧ୍ୟ ଏ ସମ୍ପର୍କରେ ପରୋକ୍ଷ ସୂଚନା ଦେଇସାରିଛନ୍ତି।
ଗତି ତିନି ଥର ଅନ୍ତରୀଣ ବଜେଟ୍‍କୁ ଦେଖିଲେ ମୋଦୀ ସରକାରଙ୍କ ଏହି ଶେଷ ବଜେଟ୍‍ରେ କିଛି ବ୍ୟତିକ୍ରମ ହେବ ବୋଲି କୁହାଯାଉଛି। ଏହାପୂର୍ବରୁ ୨୦୧୫ରେ ଅନ୍ତରୀଣ ବଜେଟ୍‍ ଉପସ୍ଥାପନ କରିଥିବା ପି ଚିଦମ୍ବରମ୍‍ ଅଭିବୃଦ୍ଧି ତୁଳନାରେ ବିତ୍ତୀୟ ନିଅଣ୍ଟ ନିୟନ୍ତ୍ରଣ ଉପରେ ଅଧିକ ଦୃଷ୍ଟି ଦେଇଥିଲେ। ଏଥିସହିତ କ୍ୟାପିଟାଲ୍‍ ଗୁଡ୍‍ସ ଉପରେ ସୀମା ଶୁଳ୍କ ଓ ଅନ୍ୟାନ୍ୟ କେତେକ ସାମଗ୍ରୀ ଉପରେ ଶୁଳ୍କ ହ୍ରାସ କରିଥିଲେ। ଏହାପୂର୍ବରୁ ୨୦୦୯ରେ ପ୍ରଣବ ମୁଖାର୍ଜୀ ଉପସ୍ଥାପନ କରିଥିବା ଅନ୍ତରୀଣ ବଜେଟ୍‍ରେ କୃଷକ ଋଣ ଛାଡ଼ ଯୋଜନା ପାଇଁ ବରାଦ କରିଥିଲେ। ଏହାଫଳରେ କଂଗ୍ରେସ ନେତୃତ୍ୱରେ ଉପା ପୁଣି ଥରେ ଶାସନ କ୍ଷମତାକୁ ଆସିଥିଲା। ୨୦୦୫ରେ ଜଶୱନ୍ତ ସିହ୍ନା ଟିକସ ହାରରେ କୌଣସି ପରିବର୍ତ୍ତନ ଆଣି ନଥିଲେ ମଧ୍ୟ ଟିକସ ରିହାତି ସୀମାକୁ ବଢ଼ାଇ ଦେଇଥିଲେ। ଟିକସ ଢାଞ୍ଚାକୁ ସରଳୀକରଣ କରିବା ସହିତ ବିମାନବନ୍ଦରରେ ଶୁଳ୍କ ଓ ବ୍ୟାଗେଜ ଚାର୍ଜ ହ୍ରାସ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories