www.samajalive.in
Monday, December 8, 2025
20.1 C
Bhubaneswar

ଟ୍ରୁଡୋଙ୍କ ମୁଖା ଖୋଲିଲେ ଦୁଇ ହତ୍ୟାକାରୀ

ନୂଆଦିଲ୍ଲୀ: କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋଙ୍କ ମିଛ ଧରାପକାଇ ଦେଇଛନ୍ତି ତାଙ୍କ ଦେଶର ଦୁଇ ଗ୍ୟାଙ୍ଗଷ୍ଟର। ସେମାନେ ରିପୁଦମନ ସିଂହ ମାଲିକକୁ ହତ୍ୟା କରିଥିବା ସ୍ବୀକାର କରିବା ପରେ ଭାରତ ବିରୋଧରେ ଟ୍ରୁଡୋ ଚଲାଇଥିବା ମିଛ ପ୍ରଚାର ଉପରୁ ପରଦା ହଟିଛି। ଖଲିସ୍ତାନୀ ନେତା ହରଦୀପ ସିଂହ ନିଜାର ହତ୍ୟା ଘଟଣାରେ ଟ୍ରୁଡୋ ଭାରତ ବିରୋଧରେ ବିଷୋଦ୍‌ଗାର କରିଆସୁଛନ୍ତି। ମାଲିକ ହେଉଛି ନିଜାରର ପ୍ରତିଦ୍ବନ୍ଦ୍ବୀ। ମାଲିକ ୧୯୮୫ର ‘କନିଷ୍କ’ ବିମାନ ଧ୍ବଂସ ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିଲେ ମଧ୍ୟ କାନାଡ଼ା ସରକାର ତା ବିରୋଧରେ ତଥ୍ୟପ୍ରମାଣ ନଦେବାରୁ ଅଦାଲତ ତାକୁ ୨୦୦୫ରେ ଦୋଷମୁକ୍ତ କରିଥିଲା। ୨୦୨୨ରେ ମାଲିକକୁ ଓ ୨୦୨୩ରେ ନିଜାରକୁ ହତ୍ୟା କରାଯାଇଥିଲା। ଏହି ଦୁଇ ହତ୍ୟାକାଣ୍ଡ ଅପରାଧୀ ଗୋଷ୍ଠୀ ବିବାଦ ଜନିତ ହୋଇଥିଲେ ମଧ୍ୟ ନିଜାର ହତ୍ୟା ମାମଲାରେ ଭାରତର ହାତ ଥିବା ଟ୍ରୁଡୋ କହିଆସୁଛନ୍ତିଟ୍ଟ କିନ୍ତୁ ଏ ସମ୍ପର୍କରେ କୌଣସି ତଥ୍ୟପ୍ରମାଣ ଦେଇପାରୁନାହାନ୍ତି। କାନାଡ଼ା ପୁଲିସ ମାମଲାର ତଦନ୍ତ ଜାରି ରଖିଛି। ତାଙ୍କ ଦାବି ସପକ୍ଷରେ କୌଣସି ପ୍ରମାଣ ନଥିବା ନିକଟରେ ସେ ସ୍ବୀକାର ମଧ୍ୟ କରିଛନ୍ତି।
କାନାଡ଼ା ପୁଲିସ ଉଭୟ ନିଜାର ଓ ମାଲିକ ହତ୍ୟା ମାମଲାରେ ଭାରତର ଭୂମିକା ଉପରେ ତଦନ୍ତ ଚଳାଇଥିବାବେଳେ ମାଲିକ ହତ୍ୟାକାଣ୍ଡର ଦୁଇ ମୁଖ୍ୟ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ଟାନେର ଫକ୍ସ ଓ ଜୋସ୍‌ ଲୋପେଜ ସୋମବାର ବ୍ରିଟିଶ କଲମ୍ବିଆ ସପ୍ରିମ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ବଡ଼ କଥା ହେଉଛି, ସେମାନେ କେହି ହେଲେ ଭାରତୀୟ ବଂଶୋଦ୍ଭବ ନୁହନ୍ତି କିମ୍ବା ଭାରତ ସହିତ ସେମାନଙ୍କର କିଛି ସମ୍ପର୍କ ନାହିଁ। ଭାରତ ପକ୍ଷରୁ ମଧ୍ୟ କୂଟନୈତିକସ୍ତରରେ ସେମାନଙ୍କୁ ମାଲିକ ହତ୍ୟାକାଣ୍ଡରେ ନିୟୋଜିତ କରାଯାଇନଥିବା ଅଦାଲତ ସ୍ପଷ୍ଟ କରିଛି। ମଜାର ବିଷୟ ହେଉଛି, ମାଲିକ ୨୦୨୨ରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଶିଖ୍‌ ସମ୍ପ୍ରଦାୟକୁ ସାହାଯ୍ୟ କରୁଥିବାରୁ ଧନ୍ୟବାଦ ଜଣାଇଥିଲା। ବିଶେଷକରି କର୍ତ୍ତରପୁର କରିଡର ଖୋଲିଥିବାରୁ ବଧାଇ ଜଣାଇଥିଲା। ମାଲିକର ପରିବର୍ତ୍ତନ ଓ ଭାରତ ସପକ୍ଷରେ ମତଦେବା ଖଲିସ୍ତାନୀଙ୍କୁ ଚିନ୍ତିତ କରିଥିଲା। ଏଥିରେ ନିଜାର ବିଶେଷ ଭାବେ କ୍ଷୁବ୍ଧ ହୋଇଥିଲା। ଗୁରୁଗ୍ରନ୍ଥ ସାହେବ ପୁସ୍ତକ ଛପା ସମେତ କେତେକ ଘଟଣାକୁ ନେଇ ମାଲିକ ଓ ନିଜାର ମଧ୍ୟରେ ବିବାଦ ତୀବ୍ର ହୋଇଥିଲା। ନିଜାର ଗୋଷ୍ଠୀ ମାଲିକକୁ ଶିଖ୍‌ ସମ୍ପ୍ରଦାୟ ପ୍ରତି ପ୍ରତାରଣା କରିଥିବା ଅଭିଯୋଗ କରିଥିଲେ। ଏପରି କେତେକ ଘଟଣା ନେଇ ଭାରତ ସରକାର ଟ୍ରୁଡୋ ସରକାରକୁ ଚେତାବନୀ ଦେଇଥିଲେ। ଶିଖ୍‌ ଗ୍ୟାଙ୍ଗଷ୍ଟରଙ୍କ ଉତ୍ପାତ ବଢ଼ୁଥିବା ଏବଂ ଏଥିପ୍ରତି ସଜାଗ ରହିବାକୁ କୁହାଯାଇଥିଲାଟ୍ଟ କିନ୍ତୁ ଟ୍ରୁଡୋ ସରକାର ଏଥିପ୍ରତି ଗୁରୁତ୍ବ ଦେବା ପରିବର୍ତ୍ତେ ଅପରାଧୀ ଗୋଷ୍ଠୀଙ୍କୁ ପ୍ରୋତ୍ସାହିତ କରିଥିଲେ। କାନାଡ଼ାରେ ଥିବା ମାତ୍ର ୨ ପ୍ରତିଶତ ଶିଖ୍‌ଙ୍କ ଭୋଟ୍‌ ହାସଲ ପାଇଁ ଟ୍ରୁଡୋ ଭାରତ ବିରୋଧରେ ପ୍ରଚାର ଚଳାଇଛନ୍ତିଟ୍ଟ କାରଣ ଖଲିସ୍ତାନ ସପକ୍ଷବାଦୀ ଶିଖ୍‌ ଜଗମିତ ସିଂହଙ୍କ ସଂଗଠନ ଏନ୍‌ଡିପି ସମର୍ଥନରେ ତାଙ୍କ ସରକାର ତିଷ୍ଠି ରହିଛି। କାନାଡ଼ାର ପୂର୍ବତନ ଜାତୀୟ ନିରାପତ୍ତା ପରାମର୍ଶଦାତା ଜୋଡି ଥୋମାସ ନିଜାର ହତ୍ୟା ପଛରେ ମାଲିକ ଗୋଷ୍ଠୀର ହାତ ଥିବା କହିଥିଲେ ମଧ୍ୟ ଟ୍ରୁଡୋ ସରକାର ଏହାକୁ ଗ୍ରହଣ କରିନଥିଲେ। ଟ୍ରୁଡୋଙ୍କ ପଦକ୍ଷେପ ମାଲିକର ପରିବାରକୁ ବୁଝାଇ ଦେଇଛି ଯେ ଭାରତ ହିଁ ଫକ୍ସ ଓ ଲୋପେଜଙ୍କ ଭଳି ଭଡ଼ାଟିଆଙ୍କୁ ଲଗାଇ ମାଲିକକୁ ହତ୍ୟା କରିଛି। ହତ୍ୟାର ଷଡ଼ଯନ୍ତ୍ରକାରୀ ଦଣ୍ଡ ନପାଇବା ପର‌୍ୟ୍ୟନ୍ତ ପରିବାରକୁ ନ୍ୟାୟ ମିଳିବ ନାହିଁ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories