www.samajalive.in
Monday, December 8, 2025
27.1 C
Bhubaneswar

ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଗଞ୍ଜାମରେ ୨୫ ହଜାର ଲୋକ ସ୍ଥାନାନ୍ତର

ଛତ୍ରପୁର: ଗଞ୍ଜାମରେ ବାତ୍ୟା ‘ଦାନା’କୁ ନେଇ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି। ବାତ୍ୟା ସମୟରେ ଗଞ୍ଜାମରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଜିରୋ କାଜୁଆଲଟି ମୁଖ୍ୟ ଫୋକସ ରହିଛି। ଏହାକୁ ଦୃଷ୍ଟିରେ ରଖି ପାହାଡିଆ ଅଂଚଳ, ନଦୀ କୁଳିଆ, ଚିଲିକା କୁଳିଆ ଓ କଚ୍ଚା ଘରେ ରହୁଥିବା ଲୋକ ସ୍ଥାନନ୍ତର ହେଉଛନ୍ତି। ଜିଲ୍ଲାରେ ଆନୁମାନିକ ୨୫ ହଜାର ଲୋକ ସ୍ଥାନାନ୍ତର ହେବେ ବୋଲି ବୈଠକରେ କୁହାଯାଇଛି। ସେଠାରେ ଖାଦ୍ୟ ବ୍ୟବସ୍ଥା ରହିବା ସହ ପିଲାଙ୍କ ଖାଦ୍ୟ ମଧ୍ୟ ଯୋଗାଇ ଦିଆଯିବ।
୧୬୭୮ ଗର୍ଭବତୀ ଚିହ୍ନଟ ବେଳେ ୧୯୨ ଗର୍ଭବତୀ ମହିଳା ମେଡିକାଲକୁ ସ୍ଥାନାନ୍ତରିତ ହୋଇଛନ୍ତି । ଜିଲ୍ଲାରେ ୧୦୯ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ରହିଥିବା ବେଳେ ଅତିରିକ୍ତ ୭୦୦ ଆଶ୍ରୟସ୍ଥଳୀ ଚିହ୍ନଟ ହୋଇଛି। ସମସ୍ତ ଆଶ୍ରୟସ୍ଥଳୀରେ ଅନୁସାଙ୍ଗିକ ବ୍ୟବସ୍ଥା ରଖିବାକୁ କୁହାଯାଇଛି। ଚିଲିକା, ସମୁଦ୍ର ଓ ନଦୀରେ ମାଛ ଧରିବା ପାଇଁ ବାରଣ କରାଯାଇଛି। ଏହି ସବୁ ଅଂଚଳରେ ଏକ ଟିମ ଗଠନ ହୋଇ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କଳାବଜାରୀକୁ ରୋକିବା ନେଇ ଯୋଗାଣ ବିଭାଗ ପକ୍ଷରୁ ଚଢ଼ାଉ କରିବାକୁ କୁହାଯାଇଛିି। ବୈଠକରେ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଆୟୁଷ ପତି, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡାଙ୍କ ସମେତ ଲାଇନ ବିଭାଗ ଓ ବିଭାଗୀୟ ଅଧିକାରୀ ମାନେ ଜୁମ ମାଧ୍ୟମରେ ଉପସ୍ଥିତ ଥିଲେ ।

ବାତ୍ୟା ‘ଦାନା’ ପ୍ରଭାବ; ଗୁରୁବାର ଠାରୁ ଏହି ଜିଲାରେ ପ୍ରବଳ ବର୍ଷିବ, ଜାଣନ୍ତୁ କେଉଁ ଜିଲାରେ ବହିବ କେତେ ପବନ..

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories