www.samajalive.in
Tuesday, December 9, 2025
17.1 C
Bhubaneswar

ଗାଡ଼ିଆରେ ବୁଡ଼ିଗଲେ ଦୁଇ ପୁଅ

କୁଆଁରମୁଣ୍ଡା: ସୁନ୍ଦରଗଡ଼ ଜିଲା ରାଏବଗା ଥାନା ଅନ୍ତର୍ଗତ ସଲଙ୍ଗାବାହାଲ ପଞ୍ଚାୟତ ଭୂୟାଁ ବସ୍ତିର ପଙ୍କଜ ସାହୁଙ୍କ ଦୁଇ ନାବାଳକ ଶିଶୁପୁତ୍ର ଘର ପଛପଟ ଗାଡ଼ିଆରେ ବୁଡ଼ି ପ୍ରାଣ ହରାଇଛନ୍ତି। ମଙ୍ଗଳବାର ଅପରାହ୍ଣରେ ପଙ୍କଜଙ୍କ ୨ ପୁଅ ସୁରଜ (୬) ଏବଂ ସୂର୍ଯ୍ୟାଂଶୁ (୪) ଘରୁ ଟିଫିନ୍‌ ନେଇ ଖେଳିବା ପାଇଁ ବାହାରିଥିଲେ। ଘରକୁ ନ ଫେରିବାରୁ ପରିବାର ଲୋକେ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିଥିଲେ।

ଘର ପଛପଟେ ଥିବା ବିଲ ଆଡ଼େ ଯାଇ ଦେଖିଲା ବେଳକୁ ଟିଫିନ୍‌ ଗାଡ଼ିଆ ହୁଡ଼ାରେ ପଡ଼ିଥିଲା ା ଗାଡ଼ିଆରେ ୨ ଶିଶୁ ଭାସୁଥିବା ଦେଖି ପଙ୍କଜ ସେମାନଙ୍କୁ ଜାମ୍ବବାହାଲ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ଶିଶୁଦ୍ବୟଙ୍କୁ ମୃତ ଘୋଷଣା କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories