www.samajalive.in
Tuesday, December 9, 2025
16.1 C
Bhubaneswar

ଲଦାଖରେ ବରଫ ଝଡ଼, ୩ ମୃତ ଫସି ରହିଛନ୍ତି ୭ ନାଗରିକ

ଲେହ: ଜାମ୍ମୁ-କାଶ୍ମୀରର ଲଦାଖ ଅଞ୍ଚଳରେ ବରଫ ଝଡ଼ରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ବରଫ ତଳେ ଆହୁରି ୭ ଜଣ ଫସି ରହିଥିବା ଅନୁମାନ କରାଯାଉଛି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ପ୍ରଶାସନ, ପୁଲିସ ଓ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ନିୟୋଜିତ ହୋଇଛନ୍ତି। ଦେଖାଣାହାରୀଙ୍କ ସୂଚନା ଅନୁଯାୟୀ ଲେହ ଅଧୀନ ଖାରଦୁଙ୍ଗ ଲା ଅଞ୍ଚଳରେ ଶ୍ୟୋକ୍‍ ଓ ନୁର୍ବା ଭାଲିକୁ ସଂଯୋଗ କରୁଥିବା ସଡ଼କ ପଥରେ ଏକ ସ୍କପ୍ରିଓ ହଠାତ୍‍ ବରଫ ସ୍ତୂପ ସହିତ ଧକ୍କା ଖାଇଥିଲା। ଚାହୁଁ ଚାହୁଁ ବରଫ ଭିତରେ ସ୍କପ୍ରିଓଟି ହଜି ଯାଇଥିଲା। ସ୍କପ୍ରିଓ ଭିତରେ ୧୦ ଜଣ ଯାତ୍ରୀ ଥିବା ଅନୁମାନ କରାଯାଉଛି। ଏ ପର୍ଯ୍ୟନ୍ତ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଅନ୍ୟମାନଙ୍କୁ ଉଦ୍ଧାର ପାଉଁ ଉଦ୍ୟମ ଆରମ୍ଭ ହୋଇଛି। ଅନ୍ୟ ଏକ ସୂତ୍ରରୁ ପ୍ରାପ୍ତ ଖବର ଅନୁଯାୟୀ ସଡ଼କ ପଥ ଉପରେ ଜମା ହୋଇଥିବା ବରଫ ସଫା କରୁଥିବା ବେଳେ ଅଘଟଣ ଘଟିଥିଲା। ହଠାତ୍‍ ନିକଟସ୍ଥ ପାହାଡ଼ରୁ ଶ୍ରମିକମାନଙ୍କ ଉପରେ ବରଫ ଅତଡ଼ା ଖସି ପଡ଼ିଥିଲା। ଏଥିରେ ଅନ୍ୟୂନ ୧୦ ଜଣ ଫସି ରହିଥିଲେ। ସେମାନଙ୍କ ମଧ୍ୟରୁ ଏ ପର୍ଯ୍ୟନ୍ତ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇପାରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories