www.samajalive.in
Sunday, December 7, 2025
16.1 C
Bhubaneswar

ଶିକ୍ଷା ହିଁ ମଣିଷ ଜୀବନର ଶ୍ରେଷ୍ଠ ଉପଲବ୍ଧି, ବିଦ୍ୟାର୍ଥୀଙ୍କ ଅନ୍ତର୍ନିହିତ ପ୍ରତିଭା ବିକଶିତ ହେବା ଆବଶ୍ୟକ 

ଆଠଗଡ: ଆଠଗଡ ବ୍ଲକସ୍ତରୀୟ ଶିଶୁ ମହୋତ୍ସକ ‘ସୁରଭି ୨୦୨୪’ ସୋମବାର ଜେନାପଦା ନୋଡାଲ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଆଠଗଡ ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା ଏହାକୁ ଉଦଘାଟନ କରିବା ସହ ପ୍ରାଥମିକ ସ୍ତରରୁ ବିଦ୍ୟାର୍ଥୀଙ୍କ ଅନ୍ତର୍ନିହିତ ପ୍ରତିଭା ପରିପ୍ରକାଶ ଓ ବିକଶିତ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଶିକ୍ଷା ହିଁ ମଣିଷ ଜୀବନର ଶ୍ରେଷ୍ଠ ଉପଲବ୍ଧି ଏବଂ ଜ୍ଞାନ ଆହରଣ ଶିକ୍ଷାର ମୂଳମନ୍ତ୍ର ହେବା ଜରୁରୀ ବୋଲି ଶ୍ରୀ ଶର୍ମା ମତପୋଷଣ କରିଥିଲେ ।
ବ୍ଲକ୍ ଶିକ୍ଷାଧିକାରୀ ବିଜୟଲକ୍ଷ୍ମୀ ସାମଲଙ୍କ ପୌରୋହିତ୍ୟରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ଯବକ୍ତା ରୂପେ ଡେପୁଟି କଲେକ୍ଟର ମଧୁସ୍ମିତା ବିଶି ନିଜ ବକ୍ତବ୍ଯରେ ଏହି ଛାତ୍ରଛାତ୍ରୀ ହେଉଛନ୍ତି ଦେଶର ଭବିଷ୍ୟତ ଏବଂ ଶିକ୍ଷାଗ୍ରହଣ ସହିତ ସେମାନେ ଭଲ ମଣିଷ ହେବା ଉଚିତ ବୋଲି ମତପ୍ରକାଶ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ବିଆରସିସି ଶିଶିର କୁମାର ମିଶ୍ର, ସହକାରୀ ବ୍ଲକ ଶିକ୍ଷାଧିକାରୀ ରଞ୍ଜିତ କୁମାର ମହାନ୍ତି, ପ୍ରାକ୍ତନ ଏବିଇଓ ନବକିଶୋର ସାହୁ ଓ ଅଜୟ କୁମାର ମହାପାତ୍ର ଯୋଗଦେଇ ଉଦବୋଧନ ଦେଇଥିଲେ ।

 

ଏହି ବ୍ଲକସ୍ତରୀୟ ସୁରଭୀରେ ବ୍ଲକର ୧୭ଟି କ୍ଲଷ୍ଟର ଅଧିନ ୧୭୪ଟି ବିଦ୍ୟାଳୟର ବିଭିନ୍ନ ବର୍ଗରେ ୩୫୦ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ ଗ୍ରହଣ କରିଥିଲେ । ବିତର୍କ, ପ୍ରବନ୍ଧ ଲିଖନ, କୁଇଜ୍, ଚିତ୍ରାଙ୍କନ, ସୃଜନଶୀଳ ଲିଖନ, ବକ୍ତୃତା, ନୃତ୍ଯ, ସଂଗୀତ, ମଧ୍ୟାହ୍ନ ଭୋଜନ ଚିତ୍ରକଳା ଓ ଶିଳ୍ପକଳା ଆଦି ୧୨ଟି ବିଷୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାର ମୋଟ ୪୩ଜଣ କୃତି ପ୍ରତିଯୋଗୀ ଜିଲ୍ଲାସ୍ତରୀୟ ସୁରଭିରେ ଭାଗ ନେବା ପାଇଁ ମନୋନୀତ ହୋଇଥିଲେ ।

- Advertisement -

ବିଚାରକ ରୂପେ ଅବସରପ୍ରାପ୍ତ ଶିକ୍ଷକ ଧ୍ରୁବଚରଣ ବେହେରା, ଧରଣୀଧର ମହାପାତ୍ର, ପ୍ରିୟବ୍ରତ ପଟ୍ଟନାୟକ, ଭୁବନ ରଞ୍ଜନ ଦାସ, ପୀତବାସ ଦାସଶର୍ମା, ପ୍ରତାପ ଚନ୍ଦ୍ର ପଣ୍ଡା, ବସନ୍ତ କୁମାର ସିଂହ, ସୁବ୍ରତ କୁମାର ସ୍ବାଇଁ, ଶୁଭାଶିଷ ଥମ୍ବ, ରଘୁନାଥ ଦାସ ପ୍ରମୁଖ ମୂଲ୍ୟାୟନ କରିଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ଯ ଅତିଥି ଭାବେ ଶିକ୍ଷାବିତ ଶ୍ରୁତିଧର ପ୍ରଧାନ ଓ ଅଧ୍ୟକ୍ଷତା କରୁଥିବା ବିଇଓ ଶ୍ରୀମତି ସାମଲ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ । ଶିକ୍ଷକ ସଂଘ ସଭାପତି କିଶୋର ଚନ୍ଦ୍ର ବେହେରା, ପ୍ରାକ୍ତନ ସଭାପତି ନୀଳମଣି ନାୟକ, ସମସ୍ତ ସିଆରସିସି, ଜେନାପଦା ସମେତ ଅନ୍ଯ ସ୍କୁଲର ଶିକ୍ଷକ/ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶିକ୍ଷକ ଶଶଧର ମହାରଣା ମଞ୍ଚ ପରିଚାଳନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories