www.samajalive.in
Sunday, December 7, 2025
15.1 C
Bhubaneswar

ଇସ୍ରାଏଲର ଚେତାବନୀ; ଗାଜା ଛାଡ଼, ନଚେତ୍‌ ଭୋକରେ ମର

ଗାଜା: ହମାସ୍‌ ଆତଙ୍କବାଦୀଙ୍କୁ ‘ଆତ୍ମସମର୍ପଣ କରଟ୍ଟ ନଚେତ୍‌ ଭୋକରେ ମରିବ’ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ଚେତାବନୀ ପରେ ଗାଜା ଜନତାଙ୍କ କରୁଣ ଅବସ୍ଥା ସାମ୍ନାକୁ ଆସିଛି। ବିଶେଷକରି ଉତ୍ତର ଗାଜାର ଅବସ୍ଥା ଅବର୍ଣ୍ଣନୀୟ ରହିଛି। ଜାତିସଂଘ ରିପୋର୍ଟ ଅନୁଯାୟୀ, ଯୁଦ୍ଧ ବିଭୀଷିକା ପୀଡ଼ିତ ଗାଜା ଉପତ୍ୟକାର ୩ ଲକ୍ଷ ୪୫ ହଜାର ଜନତା ଭୋକ ଉପାସରେ ଛଟପଟ ହେଉଛନ୍ତି। କିଛି ମାସ ପୂର୍ବରୁ ଏହି ସଂଖ୍ୟା ୧ଲକ୍ଷ ୩୩ହଜାର ଥିଲା। ସେତେବେଳେ ଗ୍ରୀଷ୍ମ ଋତୁ ଥିବାରୁ ସହାୟତା ପହଞ୍ଚି ପାରୁଥିଲାଟ୍ଟ କିନ୍ତୁ ଏବେ ଶୀତ ଆସିଥିବାରୁ ସମସ୍ୟା ସୃଷ୍ଟି ହେଉଛି। ଆସନ୍ତା ଏପ୍ରିଲ ସୁଦ୍ଧା ଏହା ଉତ୍କଟ ହେବ ଏବଂ ସାଢ଼େ ୩ ଲକ୍ଷ ଲୋକ ଖାଦ୍ୟ ନିରାପତ୍ତାରୁ ବଞ୍ଚିତ ହେବେ। ଏହି ସଂଖ୍ୟା ମୋଟ ଜନସଂଖ୍ୟାର ପ୍ରାୟ ୧୬ ପ୍ରତିଶତ। ଏବେ ଖାଦ୍ୟାଭାବ ଭୋଗୁଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୬୦ହଜାର ଶିଶୁ ଉତ୍କଟ କୁପୋଷଣରେ ପୀଡ଼ିତ। ଏହି ଶିଶୁଙ୍କ ବୟସ ୬ ମାସରୁ ୪ ବର୍ଷ ମଧ୍ୟରେ। ସମ୍ପ୍ରତି ଗାଜାରେ ଜାତିସଂଘ ସହାୟତା ଠିକ୍ ଭାବେ ପହଞ୍ଚିପାରୁନଥିବାବେଳେ ଶୀତ ଓ ଭୋକରେ ଲୋକେ ଛଟପଟ ହେଉଛନ୍ତି। ପ୍ରବଳ ବୋମା ଓ କ୍ଷେପଣାସ୍ତ୍ର ମାଡ଼ ସହ ବାରମ୍ବାର ଲୋକଙ୍କୁ ଜାଗା ଛାଡ଼ି ଚାଲିଯିବାକୁ ଚେତାବନୀ ପରିସ୍ଥିତିକୁ ଅଧିକ ଜଟିଳ କରୁଛି। ସାମ୍ପ୍ରତିକ ଅବସ୍ଥା ଜାରି ରହିଲେ ଆଗକୁ ଅବସ୍ଥା ଆହୁରି ଦୟନୀୟ ହୋଇଯିବ। ସମଗ୍ର ପାଲେଷ୍ଟାଇନ୍‌ ଅଞ୍ଚଳରେ ଦୁର୍ଭିକ୍ଷ ଆସିବଟ୍ଟ କାରଣ ଚାଷ ପାଇଁ ଆଉ ଜମି ବା ମାଟି ନାହିଁ। ଇସ୍ରାଏଲର ବୋମା ମାଡ଼ରେ ସବୁ ଅଞ୍ଚଳ ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି। ​ସେ ଦୃଷ୍ଟିରୁ ପରିସ୍ଥିତି ଅସମ୍ଭାଳ ହୋଇପଡ଼ିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଇସ୍ରାଏଲ ସେନା ଗାଜା ଉପତ୍ୟକାକୁ ଖାଲି କରିବା ପାଇଁ ସେଠାକୁ ଜଳ ଯୋଗାଣ ବନ୍ଦ କରିବା ସହ ଖାଦ୍ୟ ପଦାର୍ଥ ଓ ବାହାରୁ ଆସୁଥିବା ମାନବୀୟ ସହାୟତା ସାମଗ୍ରୀ ବନ୍ଦ କରିବା ଯୋଜନା ଚଳାଇଛି। ଜାଗା ଛାଡ଼ି ଯାଉନଥିବା ଲୋକେ ଯେମିତି ଖାଦ୍ୟ, ପାନୀୟ ଓ ଔଷଧ ବିନା ପୋକମାଛି ପରି ମରିବେ ସେ ବ୍ୟବସ୍ଥା କରୁଛି ଇସ୍ରାଏଲ ସେନା। ଏ ସମ୍ପର୍କରେ ବିଧିବଦ୍ଧ ଭାବେ ସୂଚନା ଦିଆଯାଇନଥିଲେ ମଧ୍ୟ ଭିତରେ ଭିତରେ ଏହାକୁ କାର‌୍ୟ୍ୟକାରୀ କରିବା ଆରମ୍ଭ କରିଦେଇଥିବା ସୂଚନା ମିଳିଛି। ଏହି ଯୋଜନା ପରିକଳ୍ପନା କରିଛନ୍ତି ଜାତୀୟ ନିରାପତ୍ତା ପରିଷଦର ପୂର୍ବତନ ମୁଖ୍ୟ ଜିଓରା ଏଲାଣ୍ଡ। ଏହା ଦ୍ବାରା ଦୀର୍ଘକାଳୀନ ଯୁଦ୍ଧକୁ ଶୀଘ୍ର ଶେଷ କରାଯାଇପାରିବ ଏବଂ ହମାସ୍‌ ପଣବନ୍ଦୀଙ୍କୁ ମୁକ୍ତ କରିବାକୁ ବାଧ୍ୟ ହେବ ବୋଲି ତାଙ୍କର ଯୁକ୍ତି। ତାଙ୍କ ହିସାବ ଅନୁସାରେ ଗାଜାରେ ଏବେ ମଧ୍ୟ ୪ଲକ୍ଷ ପାଖାପାଖି ଲୋକ ରହିଛନ୍ତି। ସେମାନଙ୍କୁ ତୁରନ୍ତ ଛାଡ଼ି ପଳାଇବାକୁ କୁହାଯିବ। ଯେଉଁମାନେ ନଯିବେ ସେମାନଙ୍କୁ ହମାସ୍‌ ଆତଙ୍କବାଦୀ ବୋଲି ଧରି ନିଆଯିବ ଏବଂ ଅବିଚାରିତ ଭାବେ ହତ୍ୟା କରାଯିବ। ସାଧାରଣ ଲୋକେ ଆତ୍ମସମର୍ପଣ କରିବେ ନଚେତ୍‌ ଭୋକରେ ମରିବେ ବୋଲି କହିଛନ୍ତି ଜିଓରା। ଏହାର ନାଁ ‘ଜେନେରାଲ୍ସ ପ୍ଲାନ୍‌’ ରଖାଯାଇଛି। ଏହି ଯେଜନା ସମ୍ପ୍ରତି ପ୍ରଧାନମନ୍ତ୍ରୀଙ୍କ ଅନୁମୋଦନକୁ ଅପେକ୍ଷା ରଖିଛି ସତଟ୍ଟ କିନ୍ତୁ ଅଘୋଷିତ ଭାବେ କାର‌୍ୟ୍ୟକାରୀ ହେଲାଣି। ଏହି ଅମାନବୀୟ ଯୋଜନାକୁ ଆମେରିକା ସମେତ ମାନବାଧିକାର ସଂଗଠନଗୁଡ଼ିକ ବିରୋଧ କରୁଥିବା ପ୍ରକାଶ। ଏହା ଆନ୍ତର୍ଜାତିକ ଆଇନର ବିରୋଧାଚରଣ ହେବ ବୋଲି କୁହାଯାଉଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories