ପୁଣି ଖଟିଆରେ ବୁହାହେଲେ ରୋଗୀ
ମ.ରାମପୁର: କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ଲୁବେନଗଡ଼ ପଂଚାୟତର ପୁଇଝିରି ଗାଁରେ ଗତ ୧୫ ଦିନ ଭିତରେ ରୋଗୀକୁ ଡାକ୍ତରଖାନା ନେବାର ତିନୋଟି ଚିତ୍ର ସାମ୍ନାକୁ ଆସିଥିବାବେଳେ ଆଜି ପୁଣି ସାମ୍ନାକୁ ଆସିଛି ଅନୁରୂପ ଚିତ୍ର। ଜଣେ ମହିଳାଙ୍କୁ ଖଟିଆରେ ବୋହି ଆଣିବାର କରୁଣ ଚିତ୍ର ପୁଣି ଦେଖାଯାଇଛି। ପୁଇଝିରି ଗ୍ରାମର ୫୫ ବର୍ଷୀୟା ଲୁଗେଡ଼ି ମାଝୀ ନାମକ ବୃଦ୍ଧାଙ୍କୁ ପୁଇଝିରିଠାରୁ ବାଲିବାଜୁ ପର୍ଯ୍ୟନ୍ତ ପ୍ରାୟ ୭ କିଲୋମିଟର ଖଟିଆରେ ଗ୍ରାମବାସୀମାନେ ବୋହି ବୋହି ଆଣିବା ପରେ ବାଲିବାଜୁଠାରୁ ଏକ ଅଟୋ ସାହଯ୍ୟରେ ଉର୍ଲାଦାନୀ ନେଇ ଘରୋଇ ଡାକ୍ତରଙ୍କ ପାଖରେ ପହଞ୍ଚିଥିଲେ। ତେବେ ରାସ୍ତା ଖଣ୍ଡେ ପାଇଁ ପୁଇଝିରିବାସୀ ସବୁବେଳେ ହଇରାଣ ହରକତ ହେଉଥିବାବେଳେ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଆସୁୂଥିଲେ ମଧ୍ୟ କେହି ଦୃଷ୍ଟି ଦେଉନଥିବାରୁ ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିଛନ୍ତି।
Comments are closed.