www.samajalive.in
Monday, December 8, 2025
20.1 C
Bhubaneswar

ଟ୍ରକ ଓ ବାଇକ ଧକ୍କାରେ ୨ ମୃତ: ସ୍ଥାନୀୟ ଲୋକଙ୍କ ପ୍ରତିବାଦ, ଅଟକି ରହିଛି ଶହ ଶହ ଟ୍ରକ ଓ ବସ

ଭଦ୍ରକ : ଭଦ୍ରକ ୧୬ ନଂ ଜାତୀୟ ରାଜପଥ ଧାମନଗର ଥାନା ବିଷ୍ଣୁପୁର ଛକ ନିକଟରେ ଟ୍ରକ ଓ ବାଇକ ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଭଦ୍ର ୧୬ ନଂ ଜାତୀୟ ରାଜପଥର ବିଷ୍ଣୁପୁର ଛକ ନିକଟରେ ହୋଇଥିବା ଦୁର୍ଘଟଣାର ପ୍ରତିବାଦରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଉତ୍ୟକ୍ତ ଲୋକଙ୍କ ସହିତ ଆଲୋଚନା କରୁଛନ୍ତି। ତେବେ ଜାତୀୟ ରାଜପଥ କାର୍ଯ୍ୟ ଚାଲୁଥିବା ଯୋଗୁଁ ୱାନ ୱେରେ ଗାଡି ଚାଲୁଥିବାରୁ ଏଭଳି ଦୁର୍ଘଟଣା ବାରମ୍ବାର ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ମୃତକ ଦୁଇ ଜଣଙ୍କ ପରିଚୟ ମିଳିଛି। ଭଦ୍ରକ ଜିଲାର ଧାମନଗର ଥାନା ଅଧୀନସ୍ଥ ଜଳ ମଣ୍ଡୁଆ ପଞ୍ଚାୟତ ତାଳପଦା ଗାଁର ଦୀପ୍ତି ରଞ୍ଜନ ଧଳ ଓ ଭଦ୍ରକ ଗ୍ରାମାଞ୍ଚଳ ଥାନା ରଙ୍ଗରାଜପୁର ଗାଁର ପ୍ରଶାନ୍ତ ସ୍ୱାଇଁ ବୋଲି ଜଣାଯାଇଛି। ଏହି ଦୁଇ ଜଣ ଗୋଟିଏ ମୋଟର ସାଇକେଲରେ ବାରିକପୁରରୁ କାର୍ଯ୍ୟ ସାରି ନିଜ ଘରକୁ ଫେରୁଥିବା ବେଳେ ବିଷ୍ଣୁପୁର ଛକ ନିକଟରେ ୱାନ ୱେରେ ଗୋଟିଏ ଟ୍ରକ ସେମାନଙ୍କୁ ସମ୍ମୁଖରୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ହୋଇଥିଲା। ପ୍ରତିବାଦରେ ସ୍ଥାନୀୟ ଲୋକମାନେ ରାସ୍ତା ରୋକ କରିବାରୁ ଜାତୀୟ ରାଜପଥରେ ଶହ ଶହ ଟ୍ରକ ବସ ଅଟକି ରହିଛି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories