www.samajalive.in
Monday, December 8, 2025
27.1 C
Bhubaneswar

ଭାରତ ତିଆରି କରିବ ୨ଟି ପରମାଣୁ ଶକ୍ତି ସମ୍ପନ୍ନ ବୁଡ଼ାଜାହାଜ

ସମାଜ ଡିଜିଟାଲ ଡେସ୍କ: ଭାରତ ନିର୍ମାଣ କରିବ ୨ଟି ପରମାଣୁ ଶକ୍ତିସମ୍ପନ୍ନ ବୁଡ଼ାଜାହାଜ। ସ୍ଵଦେଶୀ ଜ୍ଞାନକୌଶଳରେ ଏହା ତିଆରି କରାଯିବ। ଭାରତ ସରକାରଙ୍କ କ୍ୟାବିନେଟ କମିଟି ଅନ୍‌ ସିକ୍ୟୁରିଟି (ସିସିଏସ) ଏ ନେଇ ଅନୁମତି ପ୍ରଦାନ କରିଛି। ଏହାଦ୍ଵାରା ଭାରତୀୟ​‌ ନୌସେନାକୁ ଅଧିକ ଶକ୍ତି ମିଳିବ। ଉଭୟ ସାମରିକ ଏବଂ ଆକ୍ରମଣାତ୍ମକ କ୍ଷମତା ବୃଦ୍ଧି ପାଇବ।

ବିଶାଖାପାଟଣାସ୍ଥିତ ଜାହାଜ ନିର୍ମାଣ କେନ୍ଦ୍ରରେ ଏହି ବୁଡ଼ାଜାହାଜ ନିର୍ମାଣ କରାଯିବ। ଏଥିପାଇଁ ଘରୋଇ କମ୍ପାନୀ ଲାର୍ସନ ଆଣ୍ଡ ଟର୍ବୋର ସହାୟତା ନିଆଯାଇପାରେ। ୯୫ ପ୍ରତିଶତ ସ୍ଵଦେଶୀ ଜ୍ଞାନକୌଶଳର ଉପଯୋଗ କରାଯିବ। ଅରିହନ୍ତ ଶ୍ରେଣୀର ବୁଡ଼ାଜାହାଜଠାରୁ ଏହା ଅଲଗା ହେବ। ଉଚ୍ଚସ୍ତରୀୟ ଜାହାଜ ପ୍ରଯୁକ୍ତିବିଦ୍ୟା ପ୍ରକଳ୍ପ ଅଧୀନରେ ଏହାର ନିର୍ମାଣ କରାଯିବ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories