www.samajalive.in
Monday, December 8, 2025
20.1 C
Bhubaneswar

ଗାଭାସ୍କରଙ୍କ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌

ସମାଜ ଡିଜିଟାଲ ଡେସ୍କ: ଭାରତୀୟ କ୍ରିକେଟ କିମ୍ବନ୍ଦନ୍ତୀ ସୁନୀଲ ଗାଭାସ୍କରଙ୍କ ରେକର୍ଡ ଭାଙ୍ଗିଛନ୍ତି ଇଂଲଣ୍ଡର ପୂର୍ବତନ ଅଧିନାୟକ ଜୋ ରୁଟ୍‌। ଟେଷ୍ଟ କ୍ରିକେଟରେ ଗାଭାସ୍କର ୩୪ଟି ଶତକ କରିଥିବାବେଳେ ରୁଟ୍‌ ୩୫ ତମ ଶତକ ହାସଲ କରି ତାଙ୍କ ରେକର୍ଡ ଭାଙ୍ଗିଛନ୍ତି। ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚର ୩ୟ ଦିନରେ ରୁଟ୍‌ ଶତକୀୟ ଇନିଂସ ଖେଳି ଏହି ବିରଳ ରେକର୍ଡର ଅଧିକାରୀ ହୋଇପାରିଛନ୍ତି। ସେହିପରି ସେ ଆଲଷ୍ଟେର କୁକ୍‌ଙ୍କ ୧୨ ହଜାର ୪୭୨ ରନ୍‌ର ରେକର୍ଡ ମଧ୍ୟ ଭଙ୍ଗ କରିଛନ୍ତି।

ବିଶ୍ଵର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଗାଭାସ୍କର ଟେଷ୍ଟ କ୍ରିକେଟରେ ୧୦ ହଜାର ରନ୍‌ ସଂଗ୍ରହ ସହିତ ୩୪ ଶତକ କରିଥିଲେ। କ୍ରିକେଟ ଇତିହାସରେ ତାଙ୍କୁ ମହାନ ଓପନର ଭାବେ ଆଖ୍ୟା ମିଳିଛି। ୨ ଦଶନ୍ଧି ଧରି ଗାଭାସ୍କରଙ୍କ ନାମରେ ଏହି ରେକର୍ଡ ରହିବା ପରେ ତାହାକୁ ସଚିନ ତେନ୍ଦୁଲକର ଅତିକ୍ରମ କରିଥିଲେ। ସଚିନଙ୍କ ନାମରେ ସର୍ବାଧିକ ୫୧ ଟେଷ୍ଟ ଶତକ ରହିଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories