www.samajalive.in
Monday, December 8, 2025
27.1 C
Bhubaneswar

ବିଜେଡିର ସଦସ୍ୟତା ସଂଗ୍ରହ ଅଭିଯାନ ଆରମ୍ଭ; ପ୍ରଥମ ସଦସ୍ୟ ହେଲେ ନବୀନ

ଭୁବନେଶ୍ୱର: ଆଜିଠୁ ବିଜେଡିର ସଦସ୍ୟତା ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ଭୁବନେଶ୍ୱର ଶଙ୍ଖଭବନରେ ଶୁଭାରମ୍ଭ କରିଛନ୍ତି ସଭାପତି ନବୀନ ପଟ୍ଟନାୟକ। ଦଳରେ ପ୍ରଥମ ସଦସ୍ୟଭାବେ ଦସ୍ତଖତ କରି ଏକାମ୍ର ଭୁବନେଶ୍ୱରରୁ ସଦସ୍ୟତା ଗ୍ରହଣ କରିଛନ୍ତି ସଭାପତି ନବୀନ ପଟ୍ଟନାୟକ। ଏହି ଅବସରରେ ଅଭିଭାଷଣ ରଖି ନବୀନ ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଆମ ସରକାର କରିଥିବା କାମ ଅନ୍ୟମାନଙ୍କ ପାଇଁ ମଡେଲ ହୋଇଛି। ଭାରତ ସରକାର ମଧ୍ୟ ଆମର ଅନେକ ଯୋଜନା ଆଡପ୍ଟ କରିଛନ୍ତି। ବିଜେଡି ସମୟରେ ରାଜ୍ୟରେ ବହୁତ ଭଲ କାମ ହୋଇଛି। ବିକାଶ, କଲ୍ୟାଣ ହେଉଛି ବିଜେଡିର ଫୋକସ। ବିକାଶ ଓ କଲ୍ୟାଣକାରୀ ଯୋଜନାରୁ ଓଡ଼ିଶାବାସୀଙ୍କୁ କେହି ବଞ୍ଚିତ କରିପାରିବେନି। ବିଜେଡି ଓଡ଼ିଶାର ୧ନଂ ଦଳ, ଓଡ଼ିଶାବାସୀଙ୍କ ହୃଦୟରେ ବିଜେଡି ସର୍ବଦା ରହିଛି ବୋଲି ନବୀନ କହିଛନ୍ତି। ଉଭୟ ଫିଜିକାଲ ଓ ଡିଜିଟାଲ ମାଧ୍ୟମରେ ସଦସ୍ୟଙ୍କୁ ଯୋଡାଯିବ ବୋଲି କୁହାଯାଇଛି। ଭର୍ଚୁଆଲରେ ୩୦ଟି ଜିଲାରୁ ଯୋଡି ହୋଇଥିଲେ ବରିଷ୍ଠ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତା। ଏଥର ମଧ୍ୟ ୧କୋଟି ସଦସ୍ୟତା ଲକ୍ଷ୍ୟ ଛୁଇଁବାକୁ ଧାର୍ଯ୍ୟ ହୋଇଛି। ଆସନ୍ତା ୨ମାସ ପର୍ଯ୍ୟନ୍ତ ସଦସ୍ୟତା ସଂଗ୍ରହ ଅଭିଯାନ ଜାରି ରହିବ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories