www.samajalive.in
Monday, December 8, 2025
20.1 C
Bhubaneswar

ଇନ୍ଦ୍ରା ନୁଇ ବିଶ୍ୱବ୍ୟାଙ୍କର ପରବର୍ତ୍ତୀ ମୁଖ୍ୟ!

ୱାଶିଂଟନ୍‍: ଭାରତୀୟ ବଂଶୋଦ୍ଭବ ତଥା ପେପ୍‍ସିକୋର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଇନ୍ଦ୍ରା ନୁଇ ବିଶ୍ୱ ବ୍ୟାଙ୍କର ପରବର୍ତ୍ତୀ ସଭାପତି ପଦ ଅଳଂକୃତ କରିପାରନ୍ତି। ହ୍ୱାଇଟ୍‍ ହାଉସ୍‍ ପକ୍ଷରୁ ନୁଇଙ୍କ ନାମ ପ୍ରସ୍ତାବ ଦିଆଯାଇଥିବା ଆମେରିକାରୁ ପ୍ରକାଶିତ ଏକ ଖବରକାଗଜ ଦାବି କରିିଛି।
ବିଶ୍ୱ ବ୍ୟାଙ୍କର ପରବର୍ତ୍ତୀ ମୁଖ୍ୟ ଦୌଡ଼ ପଦରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପଙ୍କ ନାମ ଶୁଣାଯାଥିଲେ ମଧ୍ୟ ଇଭାଙ୍କା ହିଁ ନୁଇଙ୍କୁ ପସନ୍ଦ କରିଥିବା ସେ ଟୁଇଟରରେ ଉଲ୍ଲେଖ କରିଛନ୍ତି। ଏବେ ଇଭାଙ୍କା ବିଶ୍ୱ ବ୍ୟାଙ୍କ ସଭାପତି ପ୍ରାର୍ଥୀ ଚୟନ କମିଟିରେ ସଦସ୍ୟ ଅଛନ୍ତି। ବର୍ତ୍ତମାନର ବିଶ୍ୱ ବ୍ୟାଙ୍କ ମୁଖ୍ୟ ଜିମ୍‍ ୟୋଙ୍ଗ କିମ୍‍ ଫେବୃଆରୀ ମାସରେ ପଦ ଛାଡ଼ିବା ନେଇ ସୂଚନା ଦେଇଛନ୍ତି। ସେ ସେହି ପଦରେ ଆହୁରି ତିନି ବର୍ଷ ପର୍ଯ୍ୟନ୍ତ ରହିଥାନ୍ତେ। କିନ୍ତୁ ଏକ ଘରୋଇ ନିବେଶକ ସଂସ୍ଥାରେ ଯୋଗ ଦେବାକୁ ଯାଉଥିବାରୁ ସେ ଇସ୍ତଫା ଦେଇଥବା ଜିମ୍‍ କହିଛନ୍ତି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories