ସମାଜ ଡିଜିଟାଲ ଡେସ୍କ: ମେଟାର ଫଟୋ ଶେୟାରିଂ ଆପ୍ ଇନଷ୍ଟାଗ୍ରାମ ଡାଉନ ହୋଇଥିବା ଜଣାପଡ଼ିଛି। ଓ୍ବେବସାଇଟ୍ ବନ୍ଦକୁ ଟ୍ରାକ୍ କରୁଥିବା ସାଇଟ୍ downdetector.in ମଧ୍ୟ ଇନଷ୍ଟାଗ୍ରାମର ଡାଉନ୍ ନେଇ ସୂଚନା ଦେଇଛି। ଡାଉନଡିଟେକ୍ଟରରେ ଏପର୍ଯ୍ୟନ୍ତ ପ୍ରାୟ ୫୦୦ ଲୋକ ଇନଷ୍ଟାଗ୍ରାମ ଡାଉନ୍ ନେଇ ଅଭିଯୋଗ କରିଛନ୍ତି। ମଙ୍ଗଳବାର ପୂର୍ବାହ୍ନ ୧୧ଟା ୧୫ରୁ ଇନଷ୍ଟାଗ୍ରାମ ଡାଉନ୍ ସମସ୍ୟା ଦେଖା ଦେଇଥିଲା। ୭୦ ପ୍ରତିଶତ ଉପଭୋକ୍ତା ଲଗ୍ଇନ୍, ୧୬ ପ୍ରତିଶତ ସର୍ଭର ଏରର୍ ଏବଂ ୧୪ ପ୍ରତିଶତ ଆପ୍ରେ ସମସ୍ୟା ସମ୍ପର୍କରେ ଅଭିଯୋଗ କରିଛନ୍ତି। ଭାରତ ସମେତ ଅନେକ ଦେଶରେ ଏହି ସମସ୍ୟା ଦେଖାଦେଇଛି। ତେବେ ଏପର୍ଯ୍ୟନ୍ତ କମ୍ପାନୀ ଏନେଇ କୌଣସି ଉତ୍ତର ରଖିନାହିଁ।
ଭାରତ ସମେତ ଅନେକ ଦେଶରେ ଇନଷ୍ଟାଗ୍ରାମ ଡାଉନ, ଏଯାଏଁ କୌଣସି ଉତ୍ତର ରଖିନି କମ୍ପାନୀ
Popular Categories



