www.samajalive.in
Monday, December 8, 2025
17.1 C
Bhubaneswar

ପରୀକ୍ଷାରେ ଅନିୟମିତତା ସହ ଅନଲାଇନ ପରୀକ୍ଷାକୁ ବିରୋଧ

ସମାଜ ଡିଜିଟାଲ ଡେସ୍କ: ଅଯୋଗ୍ୟ ସଂସ୍ଥାକୁ ଯୋଗ୍ୟତାର ଦାୟିତ୍ୱ ସରକାର ଦେଇଥିବାରୁ ଏହାକୁ ବିରୋଧ କରିଛନ୍ତି ଆରଆଇ ଓ ଅମିନ ଆଶାୟୀ ପ୍ରାର୍ଥୀ। ପରୀକ୍ଷା ଅନଲାଇନ୍‌‌ ବଦଳରେ ଅଫଲାଇନ୍‌‌ କରିବାକୁ ଦାବି କରି ଭୁବନେଶ୍ୱରରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ବାସଭବନ ସମ୍ମୁଖରେ ଭିଡ଼ ଲଗାଇଛନ୍ତି ଆଶାୟୀ। ସେହିପରି କଟକରେ ନେତାଜୀ ବସ୍‌‌ ଟର୍ମିନାଲରୁ ଏକତ୍ର ହୋଇ ଜିଲ୍ଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିବେ। ପରୀକ୍ଷା ବାତିଲ ଦାବିରେ ଚାକିରି ଆଶାୟୀ ମାନେ ରାସ୍ତାକୁ ଓହ୍ଲାଇଛନ୍ତି। ସ୍ୱଚ୍ଛତାର ସହ ଅଫଲାଇନ ପରୀକ୍ଷା କରିବାକୁ ଦାବି କରିଛନ୍ତି ଆଶାୟୀ ପ୍ରାର୍ଥୀ। ସରକାର ତାଙ୍କ କଥା ନମାନିଲେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories