www.samajalive.in
Monday, December 8, 2025
27.1 C
Bhubaneswar

ସୋସିଆଲ ମିଡ଼ିଆଠାରୁ ଦୂରେଇ ରୁହ- ଡିଜିପି

ସମାଜ ଡିଜିଟାଲ ଡେସ୍କ: ଭଦ୍ରକ ହିଂସା ଘଟଣା ପରେ ସ୍ଥିତି ସମୀକ୍ଷା କରିଛନ୍ତି ପୁଲିସ ଡିଜିପି ୱାଇ.ବି ଖୁରାନିଆ। ଧାମନଗର ଯାଇ ଭଦ୍ରକ ଜିଲ୍ଲାପାଳ, ଏସପି ଓ ପୂର୍ବାଞ୍ଚଳ ଆଇଜିଙ୍କ ସହ ଆଲୋଚନା କରିଛନ୍ତି। ସୋସିଆଲ ମିଡ଼ିଆଠାରୁ ଦୂରେଇ ରହିବାକୁ ନିବେଦନ କରିଛନ୍ତି ଡିଜିପି। ଅଯଥା କମେଣ୍ଟ କରନ୍ତୁ ନାହିଁ, ସାଧାରଣ ଲୋକ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ଭଦ୍ରକରେ ଶାନ୍ତି ଫେରାଇ ଆଣିବାକୁ ପୁଲିସ ଉଦ୍ୟମ ଜାରି ରଖିଛି। ସ୍ଥିତିରେ ନିଶ୍ଚିତ ସୁଧାର ଆସିବ ବୋଲି ଡିଜିପି କହିଛନ୍ତି। ଘଟଣାକୁ ୪ଦିନ ପରେ ବି ଚାପା ଉତ୍ତେଜନା ଥିବାରୁ ୧୬୩ଧାରା ବଳବତ୍ତର ରହିଛି। ଘଟଣାରେ ଏଯାବତ ୨୭ଜଣଙ୍କୁ ଗିରଫ କରିଛି ପୁଲିସ।

Hot this week

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

Related Articles

Popular Categories