ଥମୁନି ମଣିଷଖିଆ ବାଘର ଆତଙ୍କ; ପୂଜାରୀଙ୍କ ପରେ ବୃଦ୍ଧାଙ୍କୁ କଲା ଶିକାର, ୧୧ ଦିନରେ କଲାଣି ୭ ଶିକାର..
ଉଦୟପୁର : ଉଦୟପୁରରେ କଲରାପତରିଆ ବାଘ ପୁଣି ଶିକାର କରିଥିବା ଘଟଣା ମଙ୍ଗଳବାର ସାମ୍ନାକୁ ଆସିଛି । ଜଣେ ବୃଦ୍ଧାଙ୍କୁ ଶିକାର କରିଥିବା ବେଳେ ୧୧ ଦିନରେ ବାଘ ଆକ୍ରମଣରେ ଏହା ୭ମ ଘଟଣା । ରାଠୌଡୋହ ଗୁଡା ଗାଁରେ ପିନ୍ଦୱାରା ରାଜପଥ ନିକଟରେ ଜନବସତିରୁ ଦୂର ଏକ ଘରେ ଜଣେ ବୟସ୍କ ମହିଳା ରହୁଥିଲେ । ଠିକ୍ ଘର ବାହାରେ ହିଁ ବାଘ ବୃଦ୍ଧାଙ୍କ ଉପରେ ଆକ୍ରମଣ କରିଥିଲା । ଏହାପରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଦେଖନ୍ତୁ ଭିଡିଓ ; ପୁଣି ଥରେ ଠେକୁଆ, କଇଁଛଙ୍କ ଦୌଡ ପ୍ରତିଯୋଗିତା, ଜିତିଲା କିଏ?
ସୋମବାର ମଧ୍ୟ ବାଘ ଉଦୟପୁରରେ ଜଣେ ପୂଜାରୀଙ୍କୁ ଆକ୍ରମଣ କରିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ମନ୍ଦିରରେ ପୂଜାରୀ ଶୋଇଥିବା ଅବସ୍ଥାରେ ବାଘ ତାଙ୍କୁ ଟାଣି ନେଇଥିଲା । ଏହି ଘଟଣା ଭୋର ୪ଟା ସମୟରେ ହୋଇଥିଲା । ପୁଲିସ ମନ୍ଦିର ଠାରୁ ଅଳ୍ପ ଦୂରରେ ପୂଜାରୀଙ୍କ ମୃତଦେହ ଜବତ କରିଥିଲା । ବାଘର ଲଗାତାର ଆକ୍ରମଣ ପରେ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି ।
ଆଉ ମାତ୍ର ୪୮ ଘଣ୍ଟା ; ଏହି ୪ ରାଶିଙ୍କର ଜୀବନରେ ହେବ ବଡ ପରିବର୍ତ୍ତନ..
Comments are closed.