www.samajalive.in
Monday, December 8, 2025
27.1 C
Bhubaneswar

ଧାମରା ରେ ଶେଷ ହେଲା ସାଗରଭ୍ୟାସ , ସାଗର କବଚ ୨/୨୪

ଧାମରା:  ରାଜ୍ୟ ଉପକୂଳ ଅଞ୍ଚଳରେ ଚାଲିଥିବା ସାଗରଭ୍ୟାସ ସାଗର କବଚ ଆଜି ଶେଷ ହୋଇଛି। ୨ଦିନ ଧରି ଚାଲିଥିବା ଏହି ସାଗରଭ୍ୟାସ ଆଜି ସନ୍ଧ୍ୟା ସୁଦ୍ଧା ୪ଜଣ ଗୁପ୍ତଚରଙ୍କୁ ଧରିବାରେ ସଫଳ ହୋଇଛନ୍ତି ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟ ୨୦୧୧ ମସିହା ନଭେମ୍ବର ୨୬ତାରିଖ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହିତ କରିବା ର କୌଶଳ କୁ ନେଇ ସମଗ୍ର ରାଜ୍ୟରେ ଏହି ସୁରକ୍ଷାଭ୍ୟାସ ଚାଲିଛି। ଭଦ୍ରକ ଜିଲ୍ଲା ପ୍ରଶାସନ ଏବଂ ଓଡିଶା ପୁଲିସଙ୍କ ସହଯୋଗରେ ୨୫ତାରିଖରେ ଆରମ୍ଭ ହୋଇଥିଲା ଏହି ସାଗର କବଚ। ଏହି ଉପଲକ୍ଷେ ଧାମରା ମେରାଇନ, ଧାମରା ଥାନା, କସିଆ ମେରାଇନ ଏବଂ ଚୁଡାମଣୀ ମେରାଇନ ଥାନା ପକ୍ଷରୁ ଏହି ସୁରକ୍ଷାଭ୍ୟାସ ଆଜି ସକାଳ ୬ଟାରେ ଆରମ୍ଭ ହୋଇଥିବା ବେଳେ ଅପରାହ୍ଣ ୪ଟାରେ ଶେଷ ହୋଇଛି।।

- Advertisement -

ଧାମରା ମାଛଧରା ଜେଟୀ, ଧାମରା ବନ୍ଦର, କାଳିନାଳୀ ଜେଟୀ, କସିଆ ମାଛଧର ଜେଟୀ ଚୁଡାମଣୀ ଜେଟୀ ଏବଂ ଚୁଡାମଣୀ ଘାଟ ଠାରେ ପୁଲିସ ପ୍ରଶାସନ ପକ୍ଷରୁ ପଇଁତରା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଧାମରା ମେରାଇନର ଟେକନିକାଲ ଷ୍ଠାଫ ଧାମରା ମେରାଇନ ଥାନାର ଜଣେ ଅଫିସରଙ୍କ ସହ ସମୁଦ୍ରରେ ପଇଁତରା କାର୍ଯ୍ୟମଧ୍ୟ ଆରମ୍ଭ ହୋଇଛି। ଏହି ସାଗରଭ୍ୟାସ ମାଧ୍ୟମରେ କିପରି ଆତଙ୍କବାଦୀ ମାନଙ୍କୁ ସମୂଳେ ଲୋପ କରିବା ସହ ଓଡିଶା ର ଉପକୂଳରେ ରହି ବହୁ ଆତଙ୍କବାଦୀ କାର୍ଯ୍ୟକ୍ରମରେ ଲିପ୍ତ ରହୁଥିବା ଆତଙ୍କବାଦୀ ମାନଙ୍କୁ ଧରିବା ହେଉଛି ଏହାର ମୂଳ ଲକ୍ଷ୍ୟ। ଏହି ସାଗରଭ୍ୟାସ ରେ ଗୋଟିଏ ଦଳରେ ଭାରତୀୟ ତଟରକ୍ଷୀ ବାହିନୀ ,ରାଜ୍ୟ ପୁଲିସ ଏବଂ ଭାରତୀୟ ନେଭି ର କିଛି ସଦସ୍ୟ ଗୁପ୍ତଚର(ବ୍ଲୁ ଫୋର୍ସ) ହିସାବରେ ଧାମରା ଅଞ୍ଚଳକୁ ଆସନ୍ତି, ଅନ୍ୟଦଳଟିରେ ଯଥା ଧାମରା ପୁଲିସ ଏବଂ ଭଦ୍ରକ ଜିଲା ପୁଲିସ ଧାମରା ଉପକୂଳ ଅଞ୍ଚଳ ଯଥା-ଧାମରା, ଧାମରା ପୋର୍ଟ କମ୍ପାନୀ ଲିମିଟେଡ, ଧାମରା ମତ୍ସ୍ୟପୋତାଶ୍ରୟ, ଚନ୍ଦନୀପାଳ, କରଞମାଳ, ବାଲିମୁଣ୍ଡା ,କସିଆ, ଚୁଡାମଣୀ ଜେଟି, ଚୁଡାମଣି ଘାଟ ଏବଂ ବାସୁଦେବପୁର ଠାରେ ସାଧା ପୋ୍ଷାକରେ ପହରା ଦେଇଥାନ୍ତି।ଯଦି ଗୁପ୍ତଚର ମାନେ(ବ୍ଲୁ ଫୋର୍ସ) ଆସି ନିର୍ଦ୍ଧାରିତ ହୋଇଥିବା ସ୍ଥାନରେ ବିନା କିଛି ବାଧା ବିଘ୍ନରେ ପହଂଚିଯାନ୍ତି ତାହେଲେ ଗୋଇନ୍ଦା ବିଭାଗ ସଜାଗ ନାହିଁ ବୋଲି ଧରାଯାଏ।

ଯଦି ନିର୍ଧାରିତ ହୋଇଥିବା ସ୍ଥାନରେ ପଂହଚିବା ପୂର୍ବରୁ ପହରା ଦେଉଥିବା ସାଧା ପୋଷାକ ପରିହିତ ପୁଲିସ(ରେଡ ଫୋର୍ସ) ସେମାନଙ୍କୁ ଧରିନିଏ ତାହେଲେ ଉପକୂଳବର୍ତୀ ଅଞ୍ଚଳରେ ସୁରକ୍ଷାବ୍ୟବସ୍ଥା ଠିକ ଅଛି ବୋଲି ଧରିନିଆଯାଏ। ଏହି ସୁରକ୍ଷାଭ୍ୟାସ ଗତକାଲି ଠାରୁ ଆରମ୍ଭ ହୋଇ ଗତକାଲି ସନ୍ଧ୍ୟାରେ ଶେଷ ହୋଇଥିଲା ମାତ୍ର କୌଣସି ଗୁପ୍ତଚରଙ୍କୁ ଧରିବାରେ ପୁଲିସ ପ୍ରଶାସନ ସକ୍ଷମ ହୋଇ ପାରି ନଥିଲା। ପୁନଶ୍ଚ ଆଜି ସକାଳ ୬ଟାରେ ଏହା ଆରମ୍ଭ ହୋଇ ଥିବା ବେଳେ ସମୁଦ୍ରପଥ ଏବଂ ସ୍ଥଳପଥରେ ସୁରକ୍ଷା ବ୍ୟବସ୍ଥା କଡାକଡି ଥିଲା।

ସନ୍ଧ୍ୟା ୬ଟା ସମୟରେ ୨ଜଣ ଗୁପ୍ତଚର ଆସି ଧାମରା ବସଷ୍ଟାଣ୍ଡ ରେ ପହଂଚିବା ପରେ ସେମାନଙ୍କୁ ରେଡଫୋର୍ସ ଧରିବାରୋ ସଫଳ ହୋଇଥିଲେ। ସେହିପରି ଧାମରା ବନ୍ଦର(ଆଦାନୀ) ଗେଟ ଆଗରେ ଅନ୍ୟ ୨ଜଣ ସନ୍ଧିଗ୍ଧ ଗୁପ୍ତଚର ବୁଲୁଥିବା ବେଳେ ସେମାନଙ୍କୁ ଅଟକ ରଖା ଯାଇଥିଲା। ପରେ ସେମାନଙ୍କୁ ଧାମରା ମେରାଇନ ଥାନାକୁ ଆଜି ସେମାନଙ୍କ ପରିଚୟପତ୍ର ଯାଂଚ କରିବା ପରେ ସେମାନଙ୍କୁ ଛଡା ଯାଇଥିଲା। ୨ଦିନ ଧରି ଆରମ୍ଭ ହୋଇଥିବା ଏହି ସାଗରଭ୍ୟାସ ସାଗର କବଚ ୨/୨୪ ରେର ଜଣେ ଡିଏସପି, ୩ଜଣ ଇନ୍ସପେକ୍ଟର, ୯ଜଣ ଏଏସଆଇ, ୪୦ଜଣ ଫୋର୍ସ ୧୪ଜଣ ସାଗର ମିତ୍ର ସାମିଲ ଥିବା ବେଳେ ୧୨ଜଣ ଟେକନିକାଲ ଷ୍ଟାଫ ଏବଂ ସମୁଦ୍ର ବିଶେଷରେ ଏକ ସ୍ପିଡ ବୋଟ ମଧ୍ୟ ସାମିଲ ଥିଲା।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories