www.samajalive.in
Monday, December 8, 2025
27.1 C
Bhubaneswar

କଳାପଥର ଧଳାପଥର ଉଚ୍ଚ ବିଦ୍ୟାଳୟ ସମସ୍ୟାଗୁଡ଼ିକର ସମାଧାନ ଖୁବଶୀଘ୍ର ହେବ: ମୁଖ୍ୟମନ୍ତ୍ରୀ

କଳାପଥର: ବାଙ୍କୀ ବ୍ଲକ ଅନ୍ତର୍ଗତ କଳାପଥର ଧଳାପଥର ସରକାରୀ ଉଚ୍ଚ ବିଦ୍ୟାଳୟର ସମସ୍ତ ସମସ୍ୟାଗୁଡ଼ିକର ଖୁବଶୀଘ୍ର ସମାଧାନ ହେବ। ଏନେଇ ପ୍ରତିଶ୍ରୁତି ଦେଇଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କଳାପଥର ଧଳାପଥର ସରକାରୀ ଉଚ୍ଚ ବିଦ୍ୟାଳୟ ଏବେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ବିଦ୍ୟାଳୟରେ ପାଠ ପଢା ନିମନ୍ତେ ଆବଶ୍ୟକ ପକ୍କା ଶ୍ରେଣୀ ଗୃହ ନଥିବା ଯୋଗୁଁଁ ଭଗ୍ନ ପ୍ରାୟ ଟିଣ ଘରେ ପାଠପଢ଼ା ଚାଲିଛି। ଖୋର୍ଦ୍ଧା ଜିଲା ବୋଲଗଡ଼ ତହସିଲ ଅଧିନରେ ଥିବା ପ୍ରାୟ ୧୦ ଏକରରୁ ଊର୍ଦ୍ଧ୍ବ ଖେଳ ପଡ଼ିଆ ଜମିର ରେକର୍ଡ ବିଦ୍ୟାଳୟ ନାମରେ ନ ଥିବାରୁ କେତେକ ଲୋକ ଜବରଦଖଲ କରି ଘର ଓ ଦୋକାନ ଘର କରି ମାଡ଼ି ବସିଛନ୍ତି। ଖୋର୍ଦ୍ଧା ଜିଲା ପ୍ରଶାସନ ତଥା ବୋଲଗଡ଼ ତହସିଲଦାରଙ୍କ ନିକଟରେ ଆପତ୍ତି କଲେ ମଧ୍ୟ କିଛି ଫଳ ମିଳୁନି। ଏସବୁ ସମସ୍ୟାଗୁଡ଼ିକର ସମାଧାନ ନିମନ୍ତେ ଅଭିଯୋଗ ପଞ୍ଜିକରଣ ନମ୍ବର ୨୦୨୪୦୯୨୩- ସିଏମଓ-୦୯୬୮କ୍ରମେ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ସଭାପତି ନୀଳମଣି ମହାପାତ୍ର, ଆଞ୍ଚଳିକ ବିକାଶ ପରିଷଦ ଆବାହକ ତଥା କଳାପଥର ଗ୍ରାମ୍ୟ କମିଟି ସମ୍ପାଦକ ପ୍ରତାପ କୁମାର ମହାପାତ୍ରଙ୍କ ସମେତ ସମାଜସେବୀ ନିବାସ ଚନ୍ଦ୍ର ରାଉତ, ଦୁର୍ଯ୍ୟୋଧନ ସେଠୀ, ବିଷ୍ଣୁପ୍ରିୟା ମହାପାତ୍ର ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ। ବିଭିନ୍ନ ସମସ୍ୟାଗୁଡ଼ିକ ସହ ନୂତନ ଶ୍ରେଣୀଗୃହ ନିର୍ମାଣ ସହ ବିଦ୍ୟାଳୟ ନାମରେ ଖେଳପଡ଼ିଆ ଜମି ରେକର୍ଡ କରିବା ସହ ପ୍ରାଚୀର ନିର୍ମାଣ ତଥା ଏଠାରେ ଏକ ମିନି ଷ୍ଟାଡିୟମ ନିର୍ମାଣ ନିମନ୍ତେ ଆବଶ୍ୟକୀୟ ଅନୁଦାନ ମଞ୍ଜୁର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଦ୍ୟାଳୟର ଆବଶ୍ୟକତାଗୁଡ଼ିକୁ ଯଥାଶୀଘ୍ର ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories