www.samajalive.in
Monday, December 8, 2025
20.1 C
Bhubaneswar

ନ୍ୟୁୟର୍କରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ଭାରତ ଫେରିବ ୨୯୭ ପ୍ରାଚୀନ କଳାକୃତି

ସମାଜ ଡିଜିଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୩ ଦିନିଆ ଆମେରିକା ଗସ୍ତ ଜାରି ରହିଥିବାବେଳେ ରବିବାର ସେ ନ୍ୟୁୟର୍କରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ନ୍ୟୁୟର୍କ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା। ଏଠାରେ ପ୍ରଧାନମନ୍ତ୍ରୀ ଜାତିସଂଘ ସମ୍ମିଳନୀରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏହା ପ​‌ରେ ସେ ସେଠାକାର ଭାରତୀୟ ସମ୍ପ୍ରଦାୟଙ୍କୁ ଭେଟି ଆଲୋଚନା କରିବା ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ।

ଏହା ପୂର୍ବରୁ ମୋଦୀ କ୍ଵାଡ ଶିଖର ସମ୍ମିଳନୀରେ ଯୋଗଦେଇଥିଲେ, ଯେଉଁଥିରେ ଭାରତ ସହିତ ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନ ସଦସ୍ୟ ରହିଛନ୍ତି। ଏହି ସମ୍ମିଳନୀରେ ୩ ରାଷ୍ଟ୍ର ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତା ପ୍ରସଙ୍ଗକୁ ସମର୍ଥନ ଜଣାଇଥିଲେ। ଜାତିସଂଘରେ ସଂସ୍କାର ଅଣାଯିବା ସହିତ ଏହାର କଳେବର ବୃଦ୍ଧି ଉପରେ ଆଲୋଚନା ହୋଇଥିଲେ।

- Advertisement -

ଏହାବ୍ୟତୀତ ଗସ୍ତ କାଳରେ ଆମେରିକାରୁ ୨୯୭ଟି ପ୍ରାଚୀନ କଳାକୃତିକୁ ଭାରତ ଫେରାଇ ଆଣିବାକୁ ଦୁଇ ଦେଶ ମଧ୍ୟରେ ନିଷ୍ପତ୍ତି ହୋଇଛି। ବିଭିନ୍ନ ସମୟରେ ଏହି ପୁରାତନ ସାମଗ୍ରୀଗୁଡ଼ିକୁ ଭାରତରୁ ଆମେରିକାକୁ ଚୋରା ଚାଲାଣ କରାଯାଇଛି, ଯାହାକୁ ନେଇ ପୂର୍ବରୁ ଭାରତ ଅନେକ ଥର ସେଗୁଡ଼ିକୁ ଫେରାଇବାକୁ ଦାବି କରିଆସିଛି। ଚଳିତ ଗସ୍ତ ସମୟରେ ସେସବୁ ସାମଗ୍ରୀ ଭାରତ ଫେରିବ ବୋଲି ସୂଚନା ମିଳିଛି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories