ପ୍ରଭୁ ଜଗନ୍ନାଥଙ୍କୁ ଅସମ୍ମାନ କରି ଅଡୁଆରେ ଯାତ୍ରା କଳାକାର
କଟକ: ଯାତ୍ରା ଅଭିନେତା କାହ୍ନା ସ୍ୱାଇଁଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଛି । ଯାତ୍ରା ସମୟରେ ପ୍ରଭୁ ଜଗନ୍ନାଥଙ୍କୁ ଅସମ୍ମାନ ପ୍ରସଙ୍ଗରେ ବାଦାମବାଡ଼ି ଥାନାରେ ଲିଖିତ ଅଭିଯୋଗ ହୋଇଛି । ଯାତ୍ରା ସିଂହବାହିନୀର କଳାକାର କାହ୍ନା ସ୍ୱାଇଁ ଏକ ଯାତ୍ରା ସିନରେ ଜଗନ୍ନାଥଙ୍କୁ ହାତରେ ଧରି କଣ୍ଢେଇ ଭଳି ନେବା ଆଣିବା କରିଥିଲେ । ଏହି ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ତେଣୁ ଏହି ଆଚରଣ ପାଇଁ ତାଙ୍କୁ ଦଣ୍ଡ ମିଳିବା ଦରକାର ଏବଂ ସେ ଆଗକୁ ଯେଭଳି ଏମିତି ଭୁଲ୍ ନକରିବେ ସେନେଇ ଏତଲାରେ ଉଲ୍ଲେଖ କରିଛନ୍ତି ଅଭିଯୋଗକାରୀ ଅଭିଷେକ ଦାସ । ଅନ୍ୟପଟେ ପୁଲିସ ଏହି ମାମଲାରେ ତଦନ୍ତ ଜାରି ରଖିଛି। ଯଦି କିଛି ପ୍ରମାଣ ପୁଲିସର ହସ୍ତଗତ ହୁଏ ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଡିସିପି ଅନିଲ ମିଶ୍ର କହିଛନ୍ତି ।
Comments are closed.