www.samajalive.in
Monday, December 8, 2025
20.1 C
Bhubaneswar

କୋଲକାତା ଆରଜି କର ମାମଲା – ସନ୍ଦୀପ ଘୋଷ ଫୋନରେ କାହାଠାରୁ ଅର୍ଡର ନେଉଥିଲେ ବୋଲି ସନ୍ଦେହ କରୁଛି ସିବିଆଇ

ଡେସ୍କ: ଆରଜି କର ମେଡିକାଲ ଓ ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ଡାକ୍ତରୀ ଛାତ୍ରୀ ହତ୍ୟା ଘଟଣାରେ ଜାଣିଶୁଣି ଘଟଣାସ୍ଥଳରେ ଉପସ୍ଥିତ ନ ଥିଲେ ବୋଲି ସିବିଆଇ କୋର୍ଟଙ୍କୁ ଅବଗତ କରାଇଛି। ସିବିଆଇ ଗତକାଲି (ବୁଧବାର) କୋର୍ଟରେ ଦାଖଲ କରିଥିବା ଯୁକ୍ତି ଅନୁଯାୟୀ, ପୁଲିସ ଏବଂ ଗୁଇନ୍ଦା ବିଭାଗ ଘଟଣାସ୍ଥଳରେ ପହଞ୍ଚିବା ପରେ ଶ୍ରୀ ଘୋଷ ଡାକ୍ତରଖାନାରେ ପହଞ୍ଚିଥିଲେ। ତେଣୁ ଏହା ସନ୍ଦେହ ସୃଷ୍ଟି କରିଥିବା ସିବିଆଇ ଜଣାଇଛି। ଶ୍ରୀ ଘୋଷଙ୍କ ମୋବାଇଲ କଲ ବିବରଣୀ ଅନୁଯାୟୀ, ଘଟଣାସ୍ଥଳରେ ଥାଇ ଶ୍ରୀ ଘୋଷ ଅନ୍ୟ କାହା ସହ କଥା ହେଉଥିଲେ ଏବଂ ତାଙ୍କ କହିବା ଅନୁସାରେ କାର୍ଯ୍ୟ କରୁଥିଲେ ବୋଲି ସିବିଆଇ କହିଛି। ସିବିଆଇ ପୂର୍ବରୁ ଅଭିଯୋଗ କରିସାରିଛି ଯେ କ୍ରାଇମ୍ ସିନରେ ତ୍ରୁଟି କରାଯାଇଛି। ପଚରାଉଚରା ବେଳେ ଘୋଷ ଘଟଣା ସମ୍ପର୍କରେ ଜାଣିବା ପରେ କ’ଣ ପଦକ୍ଷେପ ନେଇଛନ୍ତି ତାହା ଜାଣିବା ପାଇଁ ସେମାନେ ଏକାଧିକ ଥର ପଚରାଉଚରା କରିଥିଲେ। ଘୋଷ ତଦନ୍ତକାରୀଙ୍କୁ କହିଛନ୍ତି ଯେ ସେ ଅନେକ ଅଧିକାରୀଙ୍କ ସହ କଥା ହୋଇଛନ୍ତି ଏବଂ ଏକ ତିନି ଜଣିଆ ଡାକ୍ତର ବୋର୍ଡ ଗଠନ କରିଛନ୍ତି। ଏହି ବିବରଣୀ ସ୍ୱାସ୍ଥ୍ୟ ବିଭାଗକୁ ପଠାଯାଇଥିବା ବେଳେ ଅପରାହ୍ନ ୫ଟାରେ ଡାକ୍ତରୀ ବୋର୍ଡ ବୈଠକ ଡକାଯାଇଥିଲା।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories