www.samajalive.in
Monday, December 8, 2025
17.1 C
Bhubaneswar

ପ୍ରଥମ ଟେଷ୍ଟ: ଆରମ୍ଭରୁ ଭାରତର ବ୍ୟାଟିଂ ବିପର୍ଯ୍ୟୟ, ମଧ୍ୟାହ୍ନ ସୁଦ୍ଧା ୧୦୧/୪

ସମାଜ ଡିଜିଟାଲ ଡେସ୍କ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚେନ୍ନାଇରେ ପ୍ରଥମ ଟେଷ୍ଟ ମ୍ୟାଚ ଗୁରୁବାରଠାରୁ ଆରମ୍ଭ ହୋଇଛି। ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ଭ୍ରମଣକାରୀ ବାଂଲାଦେଶ ଟିମ୍‌ ଆରମ୍ଭରୁ ଉନ୍ନତ ପ୍ରଦର୍ଶନ ଜାରି ରଖିଛି। ଭାରତ ପ୍ରଥମେ ବ୍ୟାଟିଂ କରି ବିପର୍ଯ୍ୟୟର ସାମ୍ନା କରିଛି। ମଧ୍ୟାହ୍ନ ସୁଦ୍ଧା ଭାରତ ୪ ଉଇକେଟ ବିନିମୟରେ ୧୦୧ ରନ୍‌ ସଂଗ୍ରହ କରିଛି।

ଯଶଶ୍ଵୀ ଜୟସଓ୍ବାଲ ଏବଂ ରୋହିତ ଶର୍ମା ମ୍ୟାଚ ଓପନ କରିଥିବାବେଳେ ମାତ୍ର ୧୪ ରନରେ ଭାରତ ପ୍ରଥମ ଉଇକେଟ ହରାଇଥିଲା। ୬ରନ ସଂଗ୍ରହ କରି ରୋହିତ ଆଉଟ ହୋଇଯାଇଥିଲେ। ଏହାପରେ ପରେ ଗିଲ୍‌ ବିନା କୌଣସି ରନ କରି ଆଉଟ ହୋଇଯାଇଥିଲେ। ପରେ ବିରାଟ କୋହଲି ବି ଅଧିକ ସମୟ ତିଷ୍ଠି ପାରି ନ ଥିଲେ। ସେ ବି ମାତ୍ର ୬ ରନରେ ପ୍ୟାଭିଲିଅନ ଫେରିଥିଲେ। ୩୪ ରନରେ ଦଳ ୩ଟି ଉଇକେଟ ହରାଇଥିବାବେଳେ ଜୟସସ୍ଵାଲ ଏବଂ ରୁଷଭ ପନ୍ତ ସ୍ଥିତି ସମ୍ଭାଳିଥିଲେ। ମାତ୍ର ମଧ୍ୟାହ୍ନଭୋଜନ ବିରତି ପରେ ପନ୍ତ ୩୯ ରନରେ ଆଉଟ ହୋଇଯାଇଥିଲେ। ବାଂଲାଦେଶ ବୋଲର ହସନ ମହମ୍ମୁଦ ଘାତକ ବୋଲିଂ କରି ସମସ୍ତ ୪ଟି ଯାକ ଉଇକେଟ ନେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories