www.samajalive.in
Monday, December 8, 2025
20.1 C
Bhubaneswar

ଝାଡ଼ାବାନ୍ତି ଓ ଜ୍ଵରରେ ୪ମୃତ, ବହୁ ଆକ୍ରାନ୍ତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ସେରିଗୁମ୍ମା ପଞ୍ଚାୟତର ଲାମ୍ବେରି ଗ୍ରାମରେ ଝାଡ଼ାବାନ୍ତି ଓ ଜ୍ଵରରେ ୪ଜଣ ମୃତ୍ୟୁବରଣ କରିଥିବା ବେଳେ ବହୁ ଆକ୍ରାନ୍ତ ହୋଇଥିବା ଦେଖିବାକୁ ମିଳିଛି। ସୂଚନାଅନୁଯାୟୀ ଆଜକୁ ୭ ଦିନ ହେବ ୪ଜଣ ସାଦାଇ ନାଚିକା (୪୫) ରାଲିକା ଆସିଡିଗା (୪୦) କୁମୁଟା ନାଚିକା (୪୦) ଲାକି କଲକା (୩୮)ମୃତ୍ୟୁ ହୋଇଛି ବୋଲି ଗ୍ରାମବାସୀ କହୁଥିବା ବେଳେ ମହିଳା ସ୍ୱାସ୍ଥ୍ୟ କର୍ମୀ ୩ଜଣଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ।
ଏହି ଗାଁରେ ୧୨୦ ପରିବାର ରହୁଥିବା ବେଳେ ଘରକୁ ଘର ଜଣେ ବା ଦୁଇ ଜଣ ଲେଖାଏଁ ଝାଡ଼ାବାନ୍ତି ଓ ଜ୍ଵରରେ ପୀଡିତ ହୋଇଛନ୍ତି। ୪ଜଣଙ୍କ ମୃତ୍ୟୁ ପରେ ମଧ୍ୟ କୌଣସି ଡାକ୍ତର ଦଳ ଗାଁକୁ ପହଞ୍ଚି ନାହାଁନ୍ତି। ଶୁଣିବାକୁ ମିଳୁଛି ଯେ ୪ଜଣ ମୃତ୍ୟୁ ଓ ବହୁ ଆକ୍ରାନ୍ତ ପରେ ପାଖ ପଡିଶାରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ମୃତ ବ୍ୟକ୍ତିଙ୍କ ଶବ ସତ୍କାର କରିବା ପାଇଁ ବନ୍ଧୁ ବାନ୍ଧବ ସାହି ପଡିଶା ଭୟ କରି କେହି ଯାଉନାହାଁନ୍ତି। ସେହି ଗାଁକୁ ଗଲେ ଆମ ଗାଁରେ ମଧ୍ୟ ଏହି ରୋଗ ବ୍ୟାପିବ ବୋଲି କହି ଆସୁନ ଥିବା ଲାମ୍ବେରି ବାସୀ କହିଛନ୍ତି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ଲାମ୍ବେରି ଗ୍ରାମରେ ଚିକିତ୍ସା ଯୋଗାଇ ନ ଦେଲେ ଲୋକେ ପୋକ ମାଛି ପରି ମୃତ୍ୟୁ ହେବ ବୋଲି ଗ୍ରାମବାସୀ କହିଛନ୍ତି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ଯେ ଉକ୍ତ ଗ୍ରାମରେ ପାନୀୟ ଜଳ ସମସ୍ୟା ଯୋଗୁଁ ରୋଗ ହୋଇଥିବା ଜଣାପଡିଛି । ଉକ୍ତ ପାନୀୟ ଜଳ ସଂଗ୍ରହ କରି ପରୀକ୍ଷା ନିମନ୍ତେ ପଠାଯାଇଥିବା ସୂଚନା ମିଳିଛି।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories